ମା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଦେଇଥାନ୍ତି ଏହି ୫ ଟି ସଙ୍କେତ

0

ନମସ୍କାର ବନ୍ଧୁଗଣ ଆମର ଜୀବନରେ ଧନର କେତେ ମହତ୍ତ୍ଵ ଅଛି ଏହା କାହାକୁ ବି ଅଛପା ନାହିଁ। ଧନର ଅଭାବରୁ କୌଣସି ବି ବ୍ୟକ୍ତି ଖୁସୀ ରହି ନଥାଏ। ଏହା ମାତ୍ର କହିବାର କଥା ଅଟେ କି ଧନ ହିଁ ଜୀବନରେ ସବୁ କିଛି ହୋଇ ନଥାଏ କିମ୍ବା ଆମେ ଧନ ଦ୍ଵାରା ଖୁସୀ ବା ସମ୍ପର୍କକୁ କିଣି ପାରିବାନାହିଁ। ବାସ୍ତବରେ ଧନ ସବୁକିଛି ତ ନୁହେଁ ବରଂ ବୋହୁତ କିଛି ହୋଇଥାଏ। ଧନ ଦ୍ଵାରା ଖୁସି ତ କିଣି ପାରିବା ନାହିଁ କିନ୍ତୁ ଧନ ପାଖରେ ହେବା ଦ୍ଵାରା ଖୁସୀ ଆପେ ଆପେ ପାଖକୁ ଆସି ଯାଇଥାଏ। ଯଦି ଜୀବନରେ ଧନର ମହତ୍ତ୍ଵ କିଛି ନଥାନ୍ତା ତେବେ କଣ ପାଇଁ ଲୋକମାନେ ଧନ କମାଇବା ପାଇଁ ରାତିଦିନ ଏକାଠି କରି ଦିଅନ୍ତି। ଧନର କାମନା ପ୍ରତ୍ୟେକ ବ୍ୟକ୍ତି କରିଥାନ୍ତି, ପ୍ରତ୍ୟେକ ବ୍ୟକ୍ତି ଧନବାନ୍ ହେବାର ସ୍ବପ୍ନ ଦେଖିଥାଆନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତିକୁ ଏକ ସୁଖପୂର୍ଣ୍ଣ ଜୀବନ ଅତିବାହିତ କରିବାର ଆକାଂକ୍ଷା ରହିଥାଏ। ଏହା ଜୀବନର ଏକ କଟୁ ସତ୍ୟ ଅଟେ କି ଯାହାର ପାଖରେ ପଇସା ଥାଏ ତା ହାତ ମୁଠାରେ ପୁରା ଦୁନିଆ ରହିଥାଏ ଏବଂ ଗରୀବ ସହିତ କେହିବି ନଥାନ୍ତି। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ମା ଲକ୍ଷ୍ମୀଙ୍କ ଆରଧନା କରିଥାନ୍ତି ଏବଂ ଧନ ସଂପତ୍ତିର କାମନା କରିଥାନ୍ତି।

ବନ୍ଧୁଗଣ ମା ଲକ୍ଷ୍ମୀ ସମସ୍ତଙ୍କ ଉପରେ ଏତେ ଶୀଘ୍ର ପ୍ରସନ୍ନ ହୁଅନ୍ତି ନାହିଁ। ମା ଲକ୍ଷ୍ମୀଙ୍କୁ ଖୁସୀ କରିବା ବଡ କଠିନ କାମ ଅଟେ କିନ୍ତୁ ଯାହା ଉପରେ ମା ଲକ୍ଷ୍ମୀଙ୍କର କୃପା ହୋଇ ଯାଇଥାଏ ସେ କେବେବି ଦୁଃଖରେ ରହି ନଥାଏ। ମା ଲକ୍ଷ୍ମୀ ନିଜର ପ୍ରତ୍ୟେକ ଭକ୍ତ ଉପରେ କୌଣସି ନା କୌଣସି ଦିନ କୃପା କରି ଥାଆନ୍ତି ଏବଂ ଆମର ଭକ୍ତିରେ ପ୍ରସନ୍ନ ହୋଇ କରି ଆମର ଘରେ ରହିବାକୁ ଆସିଥାନ୍ତି ଏବଂ ମା ଲକ୍ଷ୍ମୀ ଯେବେବି ଆମର ଘରକୁ ଆସିଥାନ୍ତି ତେବେ ଆସିବା ପୂର୍ବରୁ କିଛି ଏମିତି ସଙ୍କେତ ଦେଇଥାନ୍ତି। ଯାହାଦ୍ଵାରା ଆମକୁ ପୂର୍ବରୁ ହିଁ ଜଣା ପଡ଼ି ଯାଇଥାଏ କି ଆମର ଘରେ ମା ଲକ୍ଷ୍ମୀ ନିବାସ କରିବାକୁ ଆସିବାକୁ ଅଛନ୍ତି। ଆମର ଦୁଃଖ ଏବଂ ଦରିଦ୍ରତାର ଦିନ ଏବେ ସମାପ୍ତ ହେବାର ଅଛି କାହିଁକି ନା ଶାସ୍ତ୍ରରେ କୁହା ଯାଇଛି କି ଏହି ସଙ୍କେତ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟଶାଳୀ ମନାଯାଇଥାଏ। ଏହା ସାକ୍ଷାତ ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ମାନା ଯାଇଥାଏ। ଯଦି ଆପଣଙ୍କୁ ବି ଏମିତି ସଙ୍କେତ ମିଳୁଛି ତ ଆପଣ ବି ବୁଝି ଯାଆନ୍ତୁ କି ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବାର୍ଷିବାର ଅଛି। ତେବେ ଆସନ୍ତୁ ଜାଣିବା କଣ ସେହି ସଙ୍କେତ।

ଅମାବାସ୍ୟା ଦିନ ଯଦି ଘର ପାଖରେ ପେଚା ଦେଖନ୍ତି ବିଲେଇ ଘରେ ପଶି କ୍ଷୀର ଦିଏ ଏବଂ ରାତିରେ ଘରେ ମୂଷା କିମ୍ବା ଚୁଚୁନ୍ଦ୍ରା ଦେଖନ୍ତି ତେବେ ଏହା ଗୃହରୁ ମା ଲକ୍ଷ୍ମୀଙ୍କର ଆଗମନର ସୂଚନା ଦେଇଥାଏ। ଗୁରୁବାର ଦିନ ଏବଂ ଶନିବାର ଦିନ ଘରର କୌଣସି ପ୍ରକାରର ସାମଗ୍ରୀ ଭୁଲ୍ ରେ ବି ବିକ୍ରି କରନ୍ତୁ ନାହିଁ ଏହାଦ୍ବାରା ମା ଲକ୍ଷ୍ମୀ ଗୃହ ଛାଡି ଚାଲି ଯାଆନ୍ତି। ଘରେ ଯଦି ସର୍ବଦା ଅଭାବ ଲାଗି ରହୁଥାଏ ଯେତେ ବି ରୋଜଗାର କରନ୍ତୁ ନା କାହିଁକି ସର୍ବଦା ନିଅଣ୍ଟ ଲାଗି ରହୁଥାଏ ତେବେ ଗୋଟିଏ କାମ କରନ୍ତୁ ଛୋଟ ପିତ୍ତଳ ଢାଳରେ ଖୁଚୁରା ମୁଦ୍ରା ପୂର୍ଣ୍ଣ କରି ଘରର ପଶ୍ଚିମ ପାଖରେ ରଖି ପ୍ରତିଦିନ ମୁଣ୍ଡିଆ ମାରନ୍ତୁ ଏହା ଆପଣଙ୍କ ସମସ୍ତ ଅଭାବକୁ ଶୀଘ୍ର ହିଁ ଦୂର କରିଥାଏ।

କଳା ରଙ୍ଗର ପିମ୍ପୁଡ଼ି: ପିମ୍ପୁଡ଼ି କଳା କିମ୍ବା ନାଲି ଦୁଇଟି ହୋଇଥାଏ। ଘରେ ନାଲି ପିମ୍ପୁଡ଼ି ରହିବ ଅଶୁଭ ମାନା ଯାଇଥାଏ ଯେବେକି କଳା ପିମ୍ପୁଡ଼ି ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ହାନୀକାରକ ହୋଇ ନଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ରଙ୍ଗର ପିମ୍ପୁଡ଼ିକୁ ମା ଲକ୍ଷ୍ମୀଙ୍କର ରୂପ ମାନା ଯାଇଥାଏ। ଘରେ ଯଦି ଅଚାନକ କଳା ରଙ୍ଗର ପିମ୍ପୁଡ଼ି ଗୋଲ୍ ଆକାରରେ ବୁଲୁ ଥିବାର ଦେଖା ଦିଅନ୍ତି ତେବେ ଏହା ବୋହୁତ ଶୁଭ ସଙ୍କେତ ମାନା ଯାଇଥାଏ। ଏହା ମା ଲକ୍ଷ୍ମୀଙ୍କର ଘରକୁ ଆସିବାର ସଙ୍କେତ ହୋଇଥାଏ। ଏଥିପାଇଁ କଳା ରଙ୍ଗର ପିମ୍ପୁଡ଼ି ଦେଖା ଦେଲେ ତାଙ୍କ ଉପରେ ହଳଦୀ କୁକୁମ ଚଢ଼ାନ୍ତୁ ଏବଂ ପ୍ରଣାମ କରନ୍ତୁ ଏବଂ ତାଙ୍କୁ ଖାଇବାକୁ ଅଟା ଏବଂ ଚିନି ଦିଅନ୍ତୁ। ଏମିତି କରିବା ଦ୍ଵାରା ଆପଣଙ୍କୁ କରଜରୁ ମୁକ୍ତି ମିଳିଥାଏ ଏବଂ ଘରେ ଧନର ବୃଦ୍ଧି ହୋଇଥାଏ। କଳା ପିମ୍ପୁଡିକୁ ଝାଡୁ ଦ୍ଵାରା ଘରର ବାହାରକୁ ବିଲକୁଲ୍ ବି ବାହାର କରନ୍ତୁ ନାହିଁ।

ଝିଟିପିଟି: ପିମ୍ପୁଡ଼ି ପରି ଝିଟିପିଟିକୁ ବି ମା ଲକ୍ଷ୍ମୀଙ୍କର ପ୍ରତୀକ ମାନା ଯାଇଥାଏ। ଘରେ ଯଦି ଅଚାନକ ୩ ଟି ପିମ୍ପୁଡ଼ି ଏକାଠି ଦେଖା ହୁଏ ତ ଏହାକୁ ବୋହୁତ ଶୁଭ ମାନା ଯାଇଥାଏ। ଏହା ମା ଲକ୍ଷ୍ମୀଙ୍କର ଆଗମନର ସଙ୍କେତ ଅଟେ। ଯଦି ଝିଟିପିଟି ଜଣେ ଅନ୍ୟ ଜଣର ପିଛା କରୁଥିବାର ଦେଖାଦିଏ ତେବେ ଏହାକୁ ଘରର ଉନ୍ନତିର ସଙ୍କେତ ମାନା ଯାଇଥାଏ। ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟିର ଦେଖା ଦେବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହା ଭରପୁର ଧନ ମିଳିବାର ସଙ୍କେତ ଦୃତଥାଏ।

ପକ୍ଷୀ: ଶାସ୍ତ୍ରରେ କିଛି ପକ୍ଷୀ ମାନଙ୍କର ଆମର ଘରେ ଏବଂ ଘରର ଆଖପାଖରେ ରହିବା ଅଶୁଭ ମାନା ଯାଇଥାଏ। ଏମିତି କିଛି ପକ୍ଷୀ ଅଛନ୍ତି ଯାହା ଆମ ଘରେ ବା ଆଖପାଖରେ ରହିବା ଦ୍ଵାରା ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ଆସି ବସା ବନେଇ ଥାଏ ତେବେ ଏହା ବୋହୁତ ଶୁଭ ସଙ୍କେତ ମାନା ଯାଇଥାଏ ଏହା ମା ଲକ୍ଷ୍ମୀଙ୍କର ଆଗମନର ସଙ୍କେତ ଦେଇଥାଏ। ଏଥିପାଇଁ ଯଦି ଆପଣଙ୍କ ଘରେ କେଉଁ ପକ୍ଷୀ ବସା ବାନ୍ଧିଥାଏ ତ ତାକୁ ଭୁଲରେ ବି ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ କାହିଁକି ନା ଆପଣଙ୍କ ଜୀବନରେ ଆସିବାକୁ ଥିବା ଅପାର ଧନର ସଙ୍କେତ ହୋଇଥାଏ। ଏହାର ବିପରୀତ ଯଦି କାଉ, ଶାଗୁଣା ଯେପରି ପକ୍ଷୀ ଅଚାନକ ବାରମ୍ବାର ଘରକୁ ଆସିଥାନ୍ତି ତେବେ ଏହାକୁ ଅତ୍ୟନ୍ତ ଅଶୁଭ ସଙ୍କେତ ମାନା ଯାଇଥାଏ। ଲକ୍ଷ୍ମୀଙ୍କର ବାହାନା ପେଚା ଦେଖା ଦେବା ଶୁଭ ସଙ୍କେତ ମାନା ଯାଇଥାଏ।

ଶଙ୍ଖର ଧ୍ଵନି: ଯଦି ଆପଣଙ୍କୁ ଦିନର କୌଣସି ସମୟରେ କିମ୍ବା ମୁଖ୍ୟତଃ ସକାଳେ ଏବଂ ସନ୍ଧ୍ୟାରେ ନୀତି ଶଙ୍ଖର ଧ୍ଵନି ଶୁଣା ଯାଇଥାଏ ଏହା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହାର ଅର୍ଥ ଏହା ଅଟେ କି ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଟନ୍ତି ଏବଂ ଜଲ୍ଦୀ ହିଁ ଆପଣଙ୍କ ଘରେ ଏବଂ ଆପଣଙ୍କ ଜୀବନରେ ପ୍ରବେଶ କରିବାକୁ ଯାଉଛନ୍ତି। ଯାହାଦ୍ଵାରା ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇ କରି ଜୀବନରେ ସୁଖ ସମୃଦ୍ଧି ଆସିବାକୁ ଯାଉଛି।

ପାପୁଲି: ଯଦି ଆପଣଙ୍କର ଡାହାଣ ହାତର ପାପୁଲିରେ ଲଗାତାର କୁଣ୍ଡେଇ ହେବାକୁ ଲାଗେ ତେବେ ଏହାକୁ ବି ଧନ ପ୍ରାପ୍ତିର ଶୁଭ ସଙ୍କେତ ମାନା ଯାଇଥାଏ। ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇ କରି ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରିବାକୁ ଯାଉଛନ୍ତି। ଯେମିତିକି ଆମେ ଜାଣିଛନ୍ତି ଆମର ସ୍ବପ୍ନ ଆମକୁ କିଛି ନା କିଛି ସଙ୍କେତ ଦେଇଥାଏ ସେହିପରି ଯଦି ଆମକୁ ଧନ ଲାଭ ହେବାରଥିବ ତେବେ ମା ଲକ୍ଷ୍ମୀ ସେହି ସଙ୍କେତ ଆମର ସ୍ବପ୍ନରେ ଦେଇ ଦେଇଥାନ୍ତି। ଯଦି ଆମେ ସ୍ବପ୍ନରେ ବାରମ୍ବାର ଝାଡୁ, ସାପ, ନେଉଳ ଏବଂ ପେଚା ଦେଖିଥାଉ ତେବେ ନିଶ୍ଚିତ ରୂପେ ଆମକୁ ନିକଟ ଭବିଷ୍ୟତରେ ଧନ ଲାଭ ହେବାର ଅଛି। ଆମେ ଯଦି ବାସ୍ତବରେ ନେଉଳକୁ ଦେଖୁଛନ୍ତି , ଘରର ବାହାରକୁ ବାହାରିବା ସମୟରେ ଆପଣ କାହାକୁ ଝାଡୁ ମାରିବାର ବା ସଫା ସୁତୁରା କରୁଥିବାର ଦେଖି ଦିଅନ୍ତି ତେବେ ଏହାବି ଗୋଟିଏ ପ୍ରକାରର ଶୁଭ ଯୋଗ ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କର ଆଗମନର ସଙ୍କେତ ଦେଇଥାଏ।

Leave a comment