ମାର୍ଚ୍ଚ ପହିଲାରୁ +୨ ପରୀକ୍ଷା ଆରମ୍ଭ

ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ହବ୍କୁ ପ୍ରଶ୍ନପତ୍ର ଓ ଉତ୍ତରଖାତା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପୂର୍ବରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ସରିଛି। ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି।
ଷ୍ଟ୍ରଙ୍ଗରୁମ୍ରେ ପରୀକ୍ଷା ଖାତା ଓ ପ୍ରଶ୍ନପତ୍ର ସିଲ୍ ହୋଇ ରହିବ। ହବ୍ ପରିଚାଳନା ଲାଗି ବୋର୍ଡ ପକ୍ଷରୁ ଗାଇଡ୍ ଲାଇନ୍ ଜାରି ହୋଇଛି।
ହବ୍ ପରିଚାଳନା ଲାଗି ଗାଇଡଲାଇନ୍ ଜାରି ହୋଇଛି। ୧୧୪୫ ପରୀକ୍ଷା କେନ୍ଦ୍ରକୁ ପରିଚାଳନା କରିବେ ୨୦୨ ହବ୍। କଲେଜମାନଙ୍କୁ ଷ୍ଟ୍ରଙ୍ଗରୁମ୍ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୨୦୨ ହବ୍ ଓ ୧୧୪୫ ପରୀକ୍ଷା କେନ୍ଦ୍ର କରାଯାଇଛି। ଷ୍ଟ୍ରଙ୍ଗ ରୁମ୍ ଗୁଡ଼ିକୁ ୨୪ ଘଣ୍ଟିଆ ସିସିଟିଭି ନିରୀକ୍ଷଣରେ ରଖିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।