ମାଟି ହାଣ୍ଡି ଆପଣଙ୍କ ଜୀବନରେ ଭରିଦେବ ଖୁସି, ଜାଣନ୍ତୁ କିପରି

0

ଆଜିକାଲି, ଘରମାନଙ୍କରେ ମାଟି ହାଣ୍ଡି କି ମାଠିଆ ବ୍ୟବହାର କରାଯାଉନି, ଖାଦ୍ୟ ରାନ୍ଧିବା ବା ପାଣି ରଖିବା ପାଇଁ । ବିଭିନ୍ନ ଧାତୁ ତିଆରି ସାମଗ୍ରୀ ସହିତ ଆଧୁନିକ ଫିଲ୍ଟର, ଫ୍ରିଜ୍ ଏବଂ ବୋତଲ ବ୍ୟବହାର ହେଉଛି| ଯଦି ଆପଣ ବାସ୍ତୁ ଉପରେ ବିଶ୍ୱାସ ରଖନ୍ତି, ତେବେ ଆପଣଙ୍କ ଘରେ ନିଶ୍ଚୟ ଏକ ମାଟି ପାତ୍ର କିମ୍ବା ମାଠିଆ ରଖିବା ଉଚିତ। ଯାହା ଦ୍ୱାରା ଆପଣଙ୍କ ଘର ସମୃଦ୍ଧ ହେବ ଏବଂ ସମସ୍ତ ସମସ୍ୟା ଦୂର ହେବା ପାଇଁ ବାଟ ଖୋଲାଯିବ | ବସ୍ତୁରେ କୁହାଯାଏ ଯେ ପାଣିରେ ଭର୍ତ୍ତି ହୋଇଥିବା ଏକ ମାଟି ପାତ୍ର ଘରେ ରଖିବା ଆବଶ୍ୟକ ଯାହାକି ଅର୍ଥର ଅଭାବ ଦୂର କରିବାରେ ସହାୟ ହୋଇଥାଏ | ତେବେ ମାଟି ପାତ୍ର ଆଉ କେଉଁ ଉପକାର କରେ ବାସ୍ତୁ ଅନୁଯାୟୀ ଆସନ୍ତୁ ଜାଣିବା..

– କୁହାଯାଏ ଯେ ଯଦି ଘରେ ଛୋଟ ମାଟି ହାଣ୍ଡିରେ ପାଣି ରଖାଯାଏ ତାହା ଶୁଭ ହୋଇଥାଏ। କିନ୍ତୁ ମନେରଖ ଯେ ଏହା ସର୍ବଦା ପାଣିରେ ଭରି ରହିଥିବା ଉଚିତ୍ | ମାଟି ହାଣ୍ଡି, ମାଠିଆ ବା ଘଡ଼ିରେ ଘର ଦୁଆର ମୁହଁ କବାଟକୁ ଲଗାଇ ପାଣି ରଖନ୍ତୁ। ଏହି ପାତ୍ରକୁ ଦେଖି କାମକୁ ଗଲେ ଦିନ ଭଲରେ କଟିଥାଏ ବୋଲି କୁହାଯାଏ। ଏହାସହ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

– ଘରେ ବା ହାଣ୍ଡିଶାଳରେ ପାଣିରେ ଭର୍ତ୍ତି ଏକ ମାଟି ହାଣ୍ଡି ବା ମାଠିଆ ରଖନ୍ତୁ |ବାସ୍ତୁ ଅନୁଯାୟୀ, ଏହାକୁ ରଖିବା ପାଇଁ ଉତ୍ତର ଦିଗ ଭଲ ହୋଇଥାଏ। କାରଣ ଉତ୍ତର ଦିଗକୁ ଜଳର ଦେବତା ରହିଥାନ୍ତି ବୋଲି ବିଶ୍ୱାସ କରାଯାଏ। ଯାହା ଦ୍ଵାରା ସେ ପରିବାରରେ ସର୍ବଦା ସୁଖଶାନ୍ତି ପ୍ରଦାନ କରିଥାନ୍ତି।

– ଯଦି ଘରେ କେହି ଚାପଗ୍ରସ୍ତ କିମ୍ବା ମାନସିକ ସ୍ତରରେ ବିବ୍ରତ ହୁଅନ୍ତି, ତେବେ ଆପଣ ସେମାନଙ୍କୁ ମାଟି ମାଠିଆରେ କୌଣସି ଉଦ୍ଭିଦକୁ ପାଣି ଦେବାକୁ କୁହନ୍ତୁ, ଏହା ସେମାନଙ୍କ ପାଇଁ ଲାଭଦାୟକ ହୋଇଥାଏ |

– ଘରେ ମାଟିରେ ନିର୍ମିତ ଈଶ୍ୱରଙ୍କ ପ୍ରତିମାକୁ ରଖିବା ଦ୍ଵାରା ଆପଣଙ୍କ ଟଙ୍କା ସମ୍ବନ୍ଧୀୟ ସମସ୍ୟାକୁ ଦୂର ହୋଇଥାଏ। ଏବଂ ଧନର ସ୍ଥିରତା ମଧ୍ୟ ରହିଥାଏ | ଘରେ ପାଣିରେ ଭର୍ତ୍ତି ମାଟି ହାଣ୍ଡି ଆଗରେ ଦୀପ ଲଗାଇ ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୁଏ |

– ଏହାସହ ମାଟିର ଛୋଟ ଅଳଙ୍କାର ଖଣ୍ଡଗୁଡ଼ିକୁ ରଖିବା ଦ୍ୱାରା ପରିବାରରେ ସମ୍ପର୍କ ଅକ୍ଷୁର୍ଣ୍ଣ ରହିଥାଏ| ଏହାସହ ଘରୁ ବାହାରିବା ସମୟରେ ମାଟି ହାଣ୍ଡି ବା ମାଠିଆ ପାଣି ଯିବା ଦ୍ଵାରା ଭଲ ହୋଇଥାଏ ବୋଲି ଉଭୟ ବାସ୍ତୁ ଆଉ ବିଜ୍ଞାନରେ ମାନ୍ୟତା ରହିଛି।

– ତେବେ ମାଟି ପତ୍ରରେ ପାଣି ରଖି ସେଥିରେ ମାଟି ବା ପିତଳ କଇଁଛ ରଖିବା ଦ୍ଵାରା ଅନିକ ଶୁଭ ଫଳ ମିଳିଥାଏ। ଘରୁ ଅନେକ ଖରାପା ଶକ୍ତି, ବିପଦ ଚାଲିଯାଏ।

– ଏହାଛଡା ମାଟି ପାତ୍ରରେ ଭୋଗ ପ୍ରସ୍ତୁତ କରି ଠାକୁରଙ୍କୁ ପରସିଲେ ସେମାନଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

– କାହାକୁ ମାଟିର ସାମଗ୍ରୀ ବା ଗହଣା ଉପହାର ଦେବା ଅତ୍ୟନ୍ତ ଶୁଭ ହୋଇଥାଏ। ବିଶେଷ କରି ନୂଆ ବା ନିକଟତମ ବନ୍ଧୁଙ୍କୁ ମାଟିର ଉପହାର ଦେବା ଶୁଭ ହୋଇଥାଏ।

Leave a comment