ମହିଳାମାନେ ଏମିତି ପୋଛା ଲଗେଇବା ଦ୍ଵାରା ଘରକୁ ଆସିଥାଏ ଦରିଦ୍ରତା

0

ଆପଣ ଘର ପୋଛୁଥିବା ସମୟରେ ସେଥିରେ ମିଶାନ୍ତୁ ନିମ୍ବ ପତ୍ର । ଏହା ଦ୍ଵାରା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । ଧନର ଦେବୀ ମହାଲକ୍ଷ୍ମୀ ଙ୍କ ବାସ ସେହିଘରେ ହୋଇଥାଏ ଯେଉଁଠାରେ ଘର ପୋଛା ଲଗାଇବା ସମୟରେ କିଛି ବିଷୟ ପ୍ରତି ଧ୍ୟାନ ଦିଆଯାଇଥାଏ । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଘରେ ପୋଛା ଲଗାଉଥିବା ସମୟରେ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ରଖିବା ଆବଶ୍ୟକ । ଏହା ସହିତ ଏଭଳି କେଉଁ ଉପାୟ କରିବା ଦ୍ଵାରା ଘରେ ଧନ ଆସିବାର ସ୍ରୋତ ବଣିବାକୁ ଲାଗିଥାଏ ? କିଛି ଲୋକ ଘର ପୋଛା ଲଗାଉଥିବା ସମୟରେ ଏଭଳି କିଛି କାର୍ଯ୍ୟ କରିଦେଇଥାନ୍ତି ଯାହାଦ୍ୱାରା ସେଠାରେ ଗରିବୀ ଆପେ ଆପେ ବାସ କରିବାକୁ ଲାଗିଥାଏ । ଏହା ସହିତ ଧନ ଆସିବା ବଦଳରେ ଫେରସ୍ଥ ଯିବାକୁ ଲାଗିଥାଏ । ଏଥି ନିମନ୍ତେ ପୋଛା ଲଗାଉଥିବା ସମୟରେ ପାଣିରେ କିଛି ଏଭଳି ଜିନିଷ ମିଶାନ୍ତୁ ଯାହା ଦ୍ଵାରା ଆପଣଙ୍କ ଘରେ ଧନ ର ବର୍ଷା ହେବ ।

 

୧;- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣ ଯେବେ ମଧ୍ୟ ଆପଣଙ୍କ ଘରେ ପୋଛା ଲଗାଉଛନ୍ତି ତେବେ ଦି ପହରର ୧୨ ଘଟିକା ସମୟରେ ଲଗାନ୍ତୁ ନାହିଁ । କାରଣ ଏହି ସମୟ ସପଫା ସୁତରା ନିମନ୍ତେ ଶୁଭ ମାନାଯାଇନଥାଏ । ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ଘରେ ଧନବୃଦ୍ଧି ହେଉ ଏବଂ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ବାସ ହେଉ ତେବେ ସକାଳ ସମୟରେ ଆପଣ ଘରର ପୋଛା ଲଗାନ୍ତୁ । ଏଭଳି କରିବା ଦ୍ଵାରା ସକାରତ୍ମକ ପରିଣାମ ମିଳିଥାଏ । ଏବଂ ଧନର ଦେବୀ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ।

 

୨;- ଆପଣ ଘରେ ପୋଛା ଲଗାଉଥିବା ସମୟରେ ନିମ୍ବ ପତ୍ର ନିଅନ୍ତୁ ଏବଂ ଘରେ ପୋଛା ଲଗାଉଥିବା ସମୟରେ ନିମ୍ବ ପତ୍ର କୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ଏହାପରେ ଆପଣ ସେହି ପାଣି କୁ ପୋଛା ଲଗାଉଥିବା ପାଣିରେ ମିଶାଇ ପୋଛନ୍ତୁ । ଯଦି ଆପଣ ହପ୍ତା ରେ ଗୋଟିଏ ଥର ଏଭଳି କରୁଛନ୍ତି ତେବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ । ଆପଣଙ୍କ ଘରୁ ଭୟଙ୍କର ବିମାରୀ ମଧ୍ୟ ଦୂରରେ ରହିବ । କୌଣସି ପିଲା ଆପଣଙ୍କ ଘରେ ବେମାର ହେବ ନାହିଁ । ଏବଂ ନକାରାତ୍ମକତା ସେହି ଘରେ ପ୍ରବେଶ କରି ନଥାଏ ।

୩;- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ଘରେ ପୋଛା ଲଗାଇବା କଥା ନୁହେଁ । ବାସ୍ତୁ ଅନୁଯାୟୀ ଘରର ଉତ୍ତରପୂର୍ବ ଦିଗର ଇଶାନ କୋଣ ର କାରକ ଗୁରୁ ଗ୍ରହ ଅଟନ୍ତି । ଏହି ଦିଗ ରେ ପୋଛା ଲଗାଇବା କାରଣରୁ ଗୁରୁ  ଗ୍ରହ ଅଶୁଭ ହୋଇଥାଏ । ବ୍ୟକ୍ତି କୁ ଭାଗ୍ୟ ର ସାଥ ମିଳିପାରି ନଥାଏ । ଏଣୁ ଗୁରୁବାର ଦିନ ଘରେ ପୋଛା ଲଗାଇବା ଅନୁଚିତ ।

Leave a comment