ମନୀଷ ଅନୁରାଗ ମୃତ୍ୟୁ ମାମଲା : କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନିଲମ୍ବିତ ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା । ଭୁବନେଶ୍ବର କମିଶନରେଟ୍ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ହେଉଛନ୍ତି ପ୍ରସନ୍ନ । ମନୀଷ ମୃତ୍ୟୁ ମାମଲାର ତଦନ୍ତ ଆଧାରରେ ଡିସିପି ନିଲମ୍ବିତ କରିଛନ୍ତି । ବିଳମ୍ବିତ ରାତି ଯାଏଁ ଓ କର୍ଫ୍ୟୁ ନିୟମ ଉଲଘଂନ କରି ବାର୍ ଓ ଡ୍ୟାନ୍ସ ବାର୍ ଚାଲିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନିର୍ଦ୍ଧିଷ୍ଟ କାଳ ଯାଏଁ ନିଲମ୍ବିତ ।

ମନୀଷ ଅନୁରାଗଙ୍କ ହତ୍ୟାର ୩ ଅଭିଯୁକ୍ତଙ୍କ ୪ ଦିନର ରିମାଣ୍ଡ ଅବଧି ଗୁରୁବାରଠୁ ସରିଛି । କିନ୍ତୁ ରିମାଣ୍ଡରେ ଅଭିଯୁକ୍ତମାନେ ସେହି କାଳ ରାତିର କିଛି ଘଟଣାରେ ନିଜ ସ୍ବୀକାରୋକ୍ତି ରଖିଥିଲେ। କିନ୍ତୁ ହୋଟେଲରୁ ବାହାରିବା ପରେ ଅନେକ ସତକୁ ଏଡ଼ାଇ ଯାଇଛନ୍ତି। ପୋଲିସର ପ୍ରଶ୍ନ ବାଣ ସାମ୍ନାରେ ଗୋଟିଏ ଉତ୍ତର ରଖିଛନ୍ତି, ଆମେ ନିଶାରେ ଚୁର୍‌ ଥିଲୁ, କିଛି ମନେପଡୁନି।

Leave a comment