ମଦ ବ୍ୟବସାୟୀଙ୍କ ଲାଇସେନ୍ସ ଛାଡ କରିବେ ସରକାର !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଦ ଦୋକାନୀଙ୍କୁ ସରକାର ଲାଇସେନ୍ସ ଫି’ ଛାଡ଼ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ହୋଇଛି।
ପ୍ରକାଶ ଥାଉ କି, ଗତବର୍ଷ କରୋନା ଯୋଗୁଁ ଅବକାରୀ ବିଭାଗ ଅଧୀନ ଠିପିଖୋଲା ମଦଦୋକାନ ଏକରକମ ବନ୍ଦ ଥିଲା । ଜୁନରୁ ଡିସେମ୍ବର ୨୦୨୦ ଯାଏ ଅଧିକାଂଶ ଲାଇସେନ୍ସ ଦେୟ ଦେଇନଥିଲେ । ଅଧିକାଂଶ ଦୋକାନୀ ଦେୟ ଭରଣା ପାଇଁ ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣର ମଦ ଉଠାଇପାରିନଥିଲେ । ତେଣୁ ହୋଟେଲ ଓ ରେସ୍ତୋରାଁ ସଂଘ ସରକାରଙ୍କୁ ଲାଇସେନ୍ସ ଫି ଛାଡ଼ କରିବାକୁ ଅନୁରୋଧ କରିଥିଲା । ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର କିଛି ପରିମାଣର ଲାଇସେନ୍ସ ଫି ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ୬୧୩ ଠିପି ଖୋଲା ମଦ ଦୋକାନ ମଧ୍ୟରୁ ୩୬୪ ଜଣ ପଟ୍ଟାଦାର ଏ ଲାଭ ପାଇବେ । ଏହାଛଡ଼ା ୮୭ ଭାଙ୍ଗ ଦୋକାନ, ୬୫ ତାଡ଼ି ଓ ୬ ପୋଚ ଦୋକାନି ମଧ୍ୟ ଲାଇସେନସ୍‌ ଫି ଛାଡ଼ ପାଇବେ ।

Leave a comment