ମଙ୍ଗଳସୂତ୍ର କିପରି ବ୍ୟବହାର କଲେ ବଢି ଚାଲେ ସ୍ବାମୀର ଆୟୁଷ ଓ ରୋଜଗାର

0

ବନ୍ଧୁଗଣ, ଆଜି ଆମ୍ଭେ ଜାଣିବା ମଙ୍ଗଳସୂତ୍ର କୁ କିପରି ବ୍ୟବହାର କରିବା ଦ୍ଵାରା ସ୍ଵାମୀ ର ଆୟୁଷ ହାନି ହୋଇଥାଏ  ଏବଂ କଣ କରିବା ଦ୍ଵାରା ସ୍ଵାମୀ ଙ୍କର ଉନ୍ନତି ମଧ୍ୟ ହୋଇଥାଏ । ହିନ୍ଦୁ ଧର୍ମଶାସ୍ତ୍ରରେ ସମସ୍ତ ମହିଳା ମାନଙ୍କୁ ମଙ୍ଗଳସୂତ୍ର ର ଏହି ମହିମା ଜାଣିବା ଆବଶ୍ୟକ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମାଙ୍ଗଳ ସୂତ୍ର କୁ ବହୁତ ଗୁରୁତ୍ଵ ଦିଆଯାଇଥାଏ । ବିବାହିତା ମହିଳା ମାନଙ୍କୁ ସାଧବା ର ପରିଚୟ ଦେଇଥାଏ ଏହି ମଙ୍ଗଳ ସୂତ୍ର । ବିନା ମଙ୍ଗଳ ସୂତ୍ର ରେ କୌଣସି ମଧ୍ୟ ବିବାହ ବର୍ଜିତ ଅଟେ ।
ମଙ୍ଗଳସୂତ୍ର ର ଅନେକ ପ୍ରକାରର ମହତ୍ଵ ମଧ୍ୟ ରହିଅଛି । ମାତ୍ର ଆମ୍ଭ ଓଡିଶା ରେ ଅନେକ ଜିଲ୍ଲାରେ ମଙ୍ଗଳ ସୂତ୍ର ର ବ୍ୟବହାର କରାଯାଏ ନାହିଁ । ୧- କୌଣସି ବିବାହିତା ନାରୀ କାହା ଠାରୁ ମଙ୍ଗଳ ସୂତ୍ର ମାଗି ପିନ୍ଧିବା ବର୍ଜିତ ଅଟେ । ୨- ନିଜ ମଙ୍ଗଳସୂତ୍ର ଅନ୍ୟ କାହାକୁ ଗଳାରୁ ଖୋଲି ଦେବା ଅଶୁଭ ହୋଇଥାଏ । ଏଭଳି କରିବା ଦ୍ଵାରା ସ୍ଵାମୀ ର ଆୟୁଷ କମ ହୋଇଥାଏ ଏବଂ ଭଲ ପାଇବା ମଧ୍ୟ କମିଯାଇଥାଏ ।

୩- ଜଣେ ବିବାହିତା ନାରୀ ନିମନ୍ତେ ପାଊଁଚି, ଶଙ୍ଖା, ସିନ୍ଦୁର, ଝୁଣ୍ଟିଆ, ଯେତେ ମହତ୍ଵପୂର୍ଣ୍ଣ ହୋଇଥାଏ ସେତେ ମାତ୍ରାରେ ମଙ୍ଗଳସୂତ୍ର ମଧ୍ୟ ହୋଇଥାଏ । ଏହା ସ୍ଵାମୀ ର ଅସ୍ଥିତ୍ଵ ର ପରିଚୟ ଦେଇଥାଏ । ଏଣୁ ନିଜ ସ୍ଵାମୀ ଙ୍କ ମଙ୍ଗଳ ନିମନ୍ତେ ସଧବା ନାରୀ ମାନେ ନିଜ ଗଳାରେ ମଙ୍ଗଳସୂତ୍ର ଧାରଣ କରିବା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଅଟେ ।
୪- ମଙ୍ଗଳସୂତ୍ର ବିବାହିତ ଜୀବନଜି ନଜର ଲାଗିବା ଠାରୁ ରକ୍ଷା କରିଥାଏ । ଅଥବା କାହାରି ଖରାପ ନଜର ଲାଗିବାକୁ ଦେଇନଥାଏ । ୫- କଳା ରଙ୍ଗ ଖରାପ ନଜର ଠାରୁ ଦୂରେଇ ରଖିଥାଏ, ଏଣୁ ମଙ୍ଗଳସୂତ୍ର ର ମାଳୀ ର ରଙ୍ଗ କଳା ହୋଇଥାଏ ।

୬- ମଙ୍ଗଳସୂତ୍ର ଗଳାରୁ କାଢିବା ବର୍ଜନୀୟ ଅଟେ । ବିବାହ ସମୟରେ ସ୍ଵାମୀ ଯେଉଁ ମଙ୍ଗଳସୂତ୍ର ପିନ୍ଧାଇ ଥାଏ, ତାହା କୌଣସି ମଧ୍ୟ ପରିସ୍ଥିତି ରେ ଖୋଲିବା ବର୍ଜିତ ଅଟେ । ମାତ୍ର କିଛି ଅଶୁଭ ଘଟଣା ଘଟିଥିଲେ ଆପଣ ଏହାକୁ କାଢି ପାରନ୍ତି ।

୭- ଯଦି ଆପଣଙ୍କୁ କୌଣସି କାରଣରୁ ମଙ୍ଗଳସୂତ୍ର କାଢିବାକୁ ପଡିଥାଏ ତେବେ ଆପଣ ନିଜ ଗଳାରେ ଏକ କଳା ଫିତା ପିନ୍ଧିନେବା ଉଚିତ । ୮- ଯେଉଁ ମହିଳା ନିଜ ସ୍ଵାମୀ ନାମରେ ମଙ୍ଗଳସୂତ୍ର ପିନ୍ଧିଥାନ୍ତି ତାଙ୍କ ସ୍ଵାମୀଙ୍କର ଆୟୁଷ ବହୁତ ଲମ୍ବା ହୋଇଥାଏ । ଏହା ସହିତ ସମ୍ପର୍କରେ ମଧୁରତା ଭରି ରହିଥାଏ ।

Leave a comment