ଭୋଜନ ସମୟରେ କରନ୍ତୁ ନାହିଁ ଏହି ଭୁଲ, ନହେଲେ ଦେଖାଯିବ ବିପଦ

0

ବାସ୍ତୁ ଶାସ୍ତ୍ରରେ କିଛି ଏପରି ନିୟମ ରହିଛି, ଯାହାକୁ ପାଳନ କରିବା ଦ୍ଵାରା ଜୀବନର ସମସ୍ତ ସମସ୍ଯା ଦୂର ହୋଇ ଯାଇଥାଏ। ପ୍ରତ୍ଯେକ କର୍ମ ଭଳି ଭୋଜନ ପାଇଁ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି।ପ୍ରାୟତଃ ଅନେକ ଲୋକେ ଏହି ବିଷୟରେ ଜାଣି ନଥିବେ। ତେବେ ଆସନ୍ତୁ ଭୋଜନ କରିବା ସମୟରେ କେଉଁ ସବୁ ନିୟମ ପାଳନ କରିବା ଉଚିତ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଅଧିକାଂଶ ଲୋକେ ରୋଷେଇ ଘରେ ଖାଦ୍ଯ ପ୍ରସ୍ତୁତ କରି ସାରିବା ପରେ ସେହିଠାରେ ହିଁ ଭୋଜନ କରିଥାନ୍ତି। କିନ୍ତୁ ଏପରି କରିବା କଦାପି ଉଚିତ ନୁହେଁ। କାରଣ ଯେଉଁଠାରେ ରୋଷେଇ ପ୍ରସ୍ତୁତ କରାଯାଏ, ସେହି ସ୍ଥାନରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ତେଣୁ ସେହି ସ୍ଥାନରେ ଭୋଜନ କରିବା ଦ୍ଵାରା ତାହା ଅଇଁଠା ହୋଇ ଯାଇଥାଏ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଏହାର ଖରାପ ପ୍ରଭାବ ଆପଣଙ୍କ ପରିବାର ଉପରେ ପଡ଼ିଥାଏ, ଘରେ ଅଭାବ ଅନଟନ ଦେଖା ଦେଇଥାଏ।ତେଣୁ ସର୍ବଦା ଏଥିପ୍ରତି ଧ୍ୟାନ ରଖନ୍ତୁ।

– ଖାଦ୍ୟ ଖାଇବା ସମୟରେ କେବେବି ରନ୍ଧା ଯାଉଥିବା ଚୁଲି ବା ଗ୍ଯାସ ଆଡକୁ ନିଜର ପିଠି କରି ଭୋଜନ କରନ୍ତୁ ନାହିଁ।ଅଧିକାଂଶ ଲୋକେ ଜାଣତରେ ହେଉ ବା ଅଜାଣତରେ ଏଭଳି ଭୁଲ କରିଥାନ୍ତି।କିନ୍ତୁ ଏଭଳି ଭୁଲ କରିବା ଦେବୀ ଲକ୍ଷ୍ମୀଙ୍କର ଅପମାନ ବୋଲି ମାନା ଯାଇଥାଏ।ଯାହାଫଳରେ ଘରେ ଆର୍ଥିକ ଅଭାବ ଦେଖା ଦେଇଥାଏ।ତେଣୁ ଆପଣ ଭୋଜନ କରିବା ପୂର୍ବରୁ ପ୍ରଥମେ ଦେବୀ ଲକ୍ଷ୍ମୀଙ୍କୁ ଧ୍ୟାନ କରି ଭୋଗ ଲଗାନ୍ତୁ। ଏହାପରେ ହିଁ ଖାଦ୍ୟ ଗ୍ରହଣ କରନ୍ତୁ।କିନ୍ତୁ ଭୋଗକୁ କେବେବି ମାଟି ଉପରେ ରଖିବେ ନାହିଁ, ଏଥିପ୍ରତି ଧ୍ୟାନ ରଖିବେ।

– ଭୋଜନ କରିବା ସମୟରେ କେବେବି ଦକ୍ଷିଣ ଦିଗ ଆଡକୁ ମୁହଁ କରି ଭୋଜନ କରନ୍ତୁ ନାହିଁ। ପୁରାଣ ଶାସ୍ତ୍ରରେ ଏହି ଦିଗ ଯମରାଜଙ୍କୁ ସମର୍ପିତ ହୋଇଥାଏ ବୋଲି ମାନ୍ୟତା ରହିଛି। ତେଣୁ ଏହି ଦିଗ ଆଡକୁ ମୁହଁ କରି କେବେବି ଭୋଜନ କରନ୍ତୁ ନାହିଁ। ନଚେତ ଅନେକ ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏଥିପ୍ରତି ସର୍ବଦା ଧ୍ୟାନ ରଖନ୍ତୁ। ଏହାଦ୍ବାରା ଆପଣଙ୍କ ଘରେ କେବେବି ଭୋଜନର ଅଭାବ ରହିବ ନାହିଁ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

Leave a comment