ଭୁଲରେ ବି ଘର ପାଖେ ରଖନ୍ତୁ ନାହିଁ ଏହିସବୁ ଗଛ

0

ଗଛଲତା ଜୀବଜଗତ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ। ଗଛଲତା ପରିବେଶକୁ ସକାରାତ୍ମକ ଉର୍ଜା ପ୍ରଦାନ କରିଥାନ୍ତି । ଆଉ ଏହାକୁ ଠିକ୍‌ ସ୍ଥାନରେ ଲଗାଇଲେ ଘରର ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ । ତେବେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଗଛ ଲଗାଇବା ଉଚିତ

-ବିଶ୍ୱାସ ରହିଛି ଯେ ଉଚ୍ଚତା ଥିବା ଗଛ ଅର୍ଥାତ ଯିଏ ଫଳ ଦେଇଥାଏ। ସେହି ଗଛ ସୂର୍ଯ୍ୟଦେବଙ୍କ ସହ ସମ୍ବନ୍ଧ ରହିଥାଏ। ତେଣୁ ବାଡ଼ିରେ ବା ନିଜ ଦଣ୍ଡ ଦୁଆରେ କିଛି ଫଳନ୍ତି ଗଛ ଲଗେଇବା ଉଚିତ। ଡାଳିମ୍ବ, ଆତ ଓ ଆମ୍ବ ଗଛ ଅଧିକ ଶୁଭ ହୋଇଥାଏ।

-ବୃନ୍ଦାବତୀ ତଥା ତୁଳସୀ ଗଛକୁ ମା’ ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଇଥାଏ। ଯଦି ଆପଣଙ୍କ ଘରେ ନକାରାତ୍ମକଶକ୍ତି ରହିଛି ତେବେ ଆପଣ ତୁଳସୀ ଗଛ ଲଗାଇଲେ ତାହା ଦୂର ହୋଇଥାଏ।

-ବିଶ୍ୱାସ ରହିଛି ଯେ, ବିଦ୍ୟାର୍ଥୀମାନେ କଦଳୀ ଗଛ ତଳେ ପଢ଼ିଲେ ତାଙ୍କର ସ୍ମରଣ ଶକ୍ତି ବଢ଼ିଥାଏ। ପାଠ ମନେ ରୁହେ। ଏହାସହ କଦଳୀ ଗଛକୁ ରବିବାର ପୂଜା କରିବା ଦ୍ୱାରା ସୁଖଶାନ୍ତି ବଜାୟ ରହିଥାଏ।

-ଘରର ଆଖପାଖରେ ନିମ ଗଛ ରହିଲେ ବହୁତ ଶୁଭ ହୋଇଥାଏ। ଏହା ଘରକୁ ସକାରାତ୍ମକ ଶକ୍ତି ପ୍ରଦାନ କରିଥାଏ।

-ବରଗଛ ଘର ପାଖରେ ରହିଲେ ଏହା ନକାରାତ୍ମକ ଉର୍ଜ୍ଜା ପ୍ରବାହ କରିଥାଏ। ତେଣୁ ଏହି ଗଛକୁ ଭୁଲରେ ବି ଆପଣ ନିଜ ଘରେ ବା ଆଖ ପାଖରେ ଲଗାନ୍ତୁ ନାହିଁ। ବା ରହିବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ଯଦିି ବି ଏହା ଆପଣଙ୍କ ଘରେ ଉଠିଥାଏ ,ତେବେ ଆପଣ ଏହାକୁ ମନ୍ଦିରରେ ଯାଇ ଲଗାଇ ପାରିବେ।

-ସେହିପରି କ୍ୟାକଟସ୍‌ କୁ ଘରେ ଲଗାଇବା ଅଶୁଭ ମନାଯାଏ। ଘରେ ବାଉଁଶ ଗଛ ମଧ୍ୟ ଲଗାଇବା ଅନୁଚିତ୍‌। ଏହାଦ୍ୱାରା ଆପଣଙ୍କ କୌଣସି କାମ ପୂରା ହୋଇନଥାଏ। ଭୁଲରେ ବି ଆପଣ ସିଜୁ, ବାବଲ, ଶିମିଳି ପରି କଣ୍ଟା ଗଛ ଘରେ ଲଗାନ୍ତୁ ନାହିଁ, କି ଆଖପାଖରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ସର୍ବଦା କଳହ ଲାଗି ରହିଥାଏ।

-ଘର ସାମ୍ନାରେ ଜାମୁକୋଳି ଗଛ , ଅମୃତଭଣ୍ଡା ଗଛ ବ୍ୟତିତ ଆଉ କୌଣସି ଗଛ ଲଗାନ୍ତୁ ନାହିଁ। ଏଭଳି ଗଛ ଘରେ ଭୟ ଉତ୍ପନ କରିଥାଏ।

– ଏହାସହ ଘର ପାଖରେ ଅଶୋକ ଗଛ ଲଗାଇବା ଶୁଭ ହୋଇଥାଏ।

– ଘର ପାଖରେ କଇଁଆ, ଦେବଦାରୁ ଓ ପଣସ ଗଛ ଭୁଲରେ ରଖନ୍ତୁ ନାହିଁ।

Leave a comment