ଭୁଲରେ ବି କଞ୍ଚା କ୍ଷୀର ଖାଆନ୍ତୁ ନାହିଁ, ଏଭଳି ବଡ ରୋଗର ଶିକାର ହୋଇପାରନ୍ତି

କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଏକ ପୁଷ୍ଟିକର ପାନୀୟ। ପ୍ରତିଦିନ ଏକ ଗ୍ଲାସ୍ କ୍ଷୀର ପିଇବା ଦ୍ଵାରା ଆମ ଶରୀରରେ ପ୍ରୋଟିନ୍ ଏବଂ କ୍ୟାଲସିୟମର ଅଭାବ ରହେନି ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏହା ବ୍ୟତୀତ କ୍ଷୀର ମଧ୍ୟ ହାଡକୁ ମଜବୁତ କରିଥାଏ। କ୍ଷୀରରେ ଅନେକ ପୋଷକ ତତ୍ତ୍ୱ ଏବଂ ଏନଜାଇମ୍ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଅଧିକାଂଶ ଲୋକ ସିଝା କ୍ଷୀର ପିଅନ୍ତି, କିନ୍ତୁ କେତେକ ଲୋକ ଅଛନ୍ତି ଯେଉଁମାନେ କଞ୍ଚା କ୍ଷୀର ପିଇବାକୁ ପସନ୍ଦ କରନ୍ତି। କଞ୍ଚା କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ମଧ୍ୟ କେହି କେହି ବିଶ୍ୱାସ କରନ୍ତି। କିନ୍ତୁ ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ କଞ୍ଚା କ୍ଷୀର ଖାଇବା ଶରୀର ପାଇଁ ଭୟଙ୍କର ବିପଦ ଆଣିପାରେ, କଞ୍ଚା କ୍ଷୀର ସେବନ ଦ୍ଵାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।
FDA ଅନୁଯାୟୀ କୌଣସି ପ୍ରାଣୀର କ୍ଷୀରରେ salmonella, ଇ କୋଲି, ଲିଷ୍ଟେରିଆ ପରି କ୍ଷତିକାରକ ଜୀବାଣୁ ରହିଥାଏ। ତେଣୁ କ୍ଷୀରକୁ ବିନା ଫୁଟାଇ ଖାଇଲେ ଫୁଡ୍ ପାଏଜନିଂ ହୋଇପାରେ।
କଞ୍ଚା କ୍ଷୀର କାହିଁକି ପିଇବା ଉଚିତ୍ ନୁହେଁ:-
– କଞ୍ଚା କ୍ଷୀରରେ ଅନେକ ପ୍ରକାରର ଜୀବାଣୁ ରହିଥାନ୍ତି ଯାହା ଆମ ଶରୀରରେ ପହଞ୍ଚି ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଯେପରିକି ଝାଡ଼ା ଡିହାଇଡ୍ରେସନ୍, Guillain–Barré syndrome ଏବଂ ହେମୋଲାଇଟିକ୍ ୟୁରେମିକ୍ ସିଣ୍ଡ୍ରୋମ ସୃଷ୍ଟି କରିପାରେ।
– ଯେତେବେଳେ କଞ୍ଚା ଦୁଗ୍ଧ ବାହାର କରାଯାଏ, ତାହା ପଶୁର ସ୍ତନ କିମ୍ବା ମଳ ସଂସ୍ପର୍ଶରେ ଆସିଥାଏ, ଯେଉଁ କାରଣରୁ କ୍ଷୀର ଦୂଷିତ ହୋଇଯାଏ। ତେଣୁ ଏହାକୁ ସିଧାସଳଖ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
– ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଶିଶୁ ଏବଂ ଯୁବକମାନଙ୍କ ପାଇଁ କଞ୍ଚା କ୍ଷୀର ଅଧିକ କ୍ଷତିକାରକ ହୋଇପାରେ। ଏହାର ସେବନ ଦ୍ଵାରା ବାନ୍ତି କିମ୍ବା ଡାଇରିଆ ଭଳି ସମସ୍ୟା ସୃଷ୍ଟି କରିପାରେ।
– କଞ୍ଚା କ୍ଷୀରରେ ଅନେକ ବ୍ୟାକ୍ଟେରିଆ ଥାଏ ଯାହାକି ଯକ୍ଷ୍ମା ରୋଗର ବିସ୍ତାର ସହ ଅନେକ ମାରାତ୍ମକ ରୋଗ ସୃଷ୍ଟି କରିଥାଏ।
– କଞ୍ଚା କ୍ଷୀର ପିଇବା ଦ୍ଵାରା ଶରୀରରେ ଅମ୍ଳର ପରିମାଣ ବୃଦ୍ଧି ପାଇଥାଏ। ଏହାସହ ଏଥିରେ ପୁଷ୍ଟିକର ଖାଦ୍ୟ ପ୍ରଚୁର ପରିମାଣରେ ମିଳିଥାଏ, ଯେଉଁ କାରଣରୁ ବାୟୁ ସଂସ୍ପର୍ଶରେ ଆସିବା ମାତ୍ରେ ଜୀବାଣୁ ଏଥିରେ ବଢିବା ଆରମ୍ଭ କରନ୍ତି। କଞ୍ଚା କ୍ଷୀର ଶୀଘ୍ର ନଷ୍ଟ ହେବାର ଏହି ଏକ କାରଣ।