ଭାରତର ଅଭିବୃଦ୍ଧି ୮.୩% ହେବ: ବିଶ୍ୱବ୍ୟାଙ୍କ
ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱିତୀୟ ଲହର ପ୍ରଭାବ ସତ୍ତେ୍ୱ୨୦୨୧ରେ ଭାରତ ୮.୩% ଅଭିବୃଦ୍ଧି ହାସଲ କରିବ । ୨୦୨୨ରେ ତାହା ୭.୫% ରହିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି । ଏହା ଜାରି କରିଥିବା ରିପୋର୍ଟରେ ଜଣାଇଛି ଯେ ପ୍ରଥମ ଲହର ପରେ ଯେଉଁ ଦ୍ରୁତ ସୁଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ତାହାକୁ ଦ୍ୱିତୀୟ ଲହର ଗୁରୁତର ଭାବେ ପ୍ରଭାବିତ କରିଛି । ୨୦୧୯ରେ ଭାରତ ୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ପରେ ୨୦୨୦ରେ ମହାମାରୀ ପ୍ରଭାବ ଯୋଗୁଁ ଅଭିବୃଦ୍ଧି ବିଯୁକ୍ତ ୭.୩ ପ୍ରତିଶତ ରହିଛି ।