ଭାଗ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ଜୋତା-ଚପଲ: ପାଳନ କରନ୍ତୁ ଏହି ନିୟମ

0

ଅନେକ ଲୋକ ଜୋତା ଚପଲ ଆଧାରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଅନୁମାନ କରିଥାନ୍ତି। ଘରେ ଜୋତା ଚପଲ ରଖିବାର କିଛି ନିୟମ ରହିଛି। ଏହି ନିୟମ ସବୁକୁ ନଜରଅନ୍ଦାଜ କଲେ ନାନା ପ୍ରକାର ଆର୍ଥିକ ସମସ୍ୟା ଦେଖାଦେଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଜୋତା ଚପଲ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ। ନିୟମିତ ବ୍ୟବହାର ହେଉଥିବା ଜୋତା ଚପଲକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ଆସନ୍ତୁ ଜାଣିବା ଏହି ନିୟମ :

କିଣିବା – ଜୋତା ଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି କିଣିବା ଉଚିତ। ବାସ୍ତୁ ନିୟମ ଦୃଷ୍ଟିରେ ନ ରଖି ଅମାବାସ୍ୟା, ମଙ୍ଗଳବାର, ଶନିବାର ଓ ଗ୍ରହଣ ଲାଗିଥିବା ଦିନ ମଧ୍ୟ ଲୋକେ ଜୋତା ଚପଲ କିଣିଥାନ୍ତି। ଏହା ବ୍ୟକ୍ତିକୁ କ୍ଷତି ପହଞ୍ଚାଇପାରେ। ସେଥିପାଇଁ ଏହିସବୁ ଦିନ ଜୋତା ଚପଲ କିଣିବା ଉଚିତ ନୁହେଁ।

ଭଣ୍ଡାର ଗୃହକୁ ଜୋତା ପିନ୍ଧି ଯିବା ମନା – ବାସ୍ତୁଶାସ୍ତ୍ର ଅନୁସାରେ ଘରର ଭଣ୍ଡାର ଗୃହକୁ ଜୋତା ଚପଲ ପିନ୍ଧି ଯିବା ଉଚିତ ନୁହେଁ। ଘରର ଯେଉଁ ସ୍ଥାନରେ ଶସ୍ୟ ଓ ଖାଦ୍ୟପେୟ ସାମଗ୍ରୀ ରଖାଯାଏ ସେହି ସ୍ଥାନକୁ ଜୋତା ପିନ୍ଧି ଯିବା ଅର୍ଥାତ ଖାଦ୍ୟପେୟର ଅପମାନ କରିବା। ଏହାଦ୍ୱାରା ମା’ ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି।

ରୋଷେଇ ଘର – ଘରର ରୋଷେଇ ଘରେ ମା’ ଅନ୍ନପୂର୍ଣ୍ଣା ବାସ କରନ୍ତି। ଏଠାରେ ଅଗ୍ନିଦେବ ମଧ୍ୟ ବାସ କରନ୍ତି। ଲୋକେ ରୋଷେଇ ଘରକୁ ମଧ୍ୟ ଜୋତା ଚପଲ ପିନ୍ଧି ଚାଲି ଯାଆନ୍ତି। ରୋଷେଇ ଘରକୁ ପବିତ୍ର ସ୍ଥାନ ବୋଲି କୁହାଯାଏ। ସେଥିପାଇଁ ଏଠାକୁ ଜୋତା ଚପଲ ପିନ୍ଧି ଯିବା ଅନୁଚିତ।

ଦାନ – ପୁରୁଣା ଜୋତା ଚପଲ ଫୋପାଡିବା ପରିବର୍ତ୍ତେ କାହାକୁ ଦାନ କରିବା ଭଲ। କିନ୍ତୁ ଦାନ ମଧ୍ୟ ଦିନ ଦେଖି କରିବା ଉଚିତ। କିଛି ନ ବୁଝି ନ ବିଚାରି ଏହାକୁ ଦାନ କରନ୍ତୁ ନାହିଁ। ଏହାଦ୍ୱାରା ଖରାପ ପ୍ରଭାବ ପଡିଥାଏ। ଶନିବାର ଦିନ ଜୋତା ଚପଲ ଦାନ କରିବା ଶୁଭ ବୋଲି କୁହାଯାଏ।

Leave a comment