ଭଲ ସମୟ ଆସିବା ପୂର୍ବରୁ ଜାଣିବେ କିପରି ?

0

ପ୍ରତ୍ୟେକ ମନୁଷ୍ୟ ଜୀବନ ରେ ଭଲ ଓ ଖରାପ ସମୟ ଦେଇ ଗତି କରିଥାନ୍ତି । ଏହି ସମୟରେ ସେ କିଛି ଭଲ ଅନୁଭୂତି ପାଇଥାଏ ଓ କିଛି ଖରାପ । ଭଲ ସମୟରେ ସେ ବହୁତ ଖୁସି ହୋଇଥାଏ ଓ ଯାହା ଇଚ୍ଛା କରିଥାଏ ତାକୁ ଅତି ସହଜରେ ହାସଲ କରିଥାଏ । କିନ୍ତୁ ଖରାପ ସମୟ ଆସିଲେ ସେ ବହୁତ ଦୁଖରେ ଭାଙ୍ଗିଯାଇଥାଏ । ତାକୁ ଇଛା ହୁଏ କି ଏହି ଜୀବନକୁ ଛାଡି ଚାଲିଯିବା ପାଇଁ । କିନ୍ତୁ ମନୁଷ୍ୟର ଯେତେ ବେଳେ ଭଲ ସମୟ ଆସିଥାଏ ତାକୁ ଆପେ ଆପେ ଜଣା ପଡିଥାଏ । ଏହି ଭଲ ସମୟର କିଛି ସଂକେତ ତାକୁ ପ୍ରକୃତିରୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ ।

ଯଦି ସକାଳୁ ସକାଳୁ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି , ତେବେ ଏହି ସମୟରେ ଯଦି ବାଟରେ ବୁଢିଆଣୀ ଜାଲ ବୁଣୁଥିବାର ଦେଖନ୍ତି ତେବେ ଆପଣଙ୍କ କାର୍ଯ୍ୟ ସଫଳ ହେବାର ସଂକେତ ମିଳିଥାଏ । ଘରୁ ବାହାରିବା ସମୟରେ ଯଦି କୌଣସି ପକ୍ଷୀ ଆପଣଙ୍କ ସାମନାରେ ଆସି ବସି କିଛି ସମୟ ସ୍ଥିର ହୋଇ ବସି ରହେ ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ।

ଯଦି କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଥାନ୍ତି ତେବେ ଏହି ସମୟରେ ଯଦି ଗାଈ କିମ୍ବା ନଡିଆ ଦେଖନ୍ତି ତେବେ ଏହା ଦ୍ଵାରା ଆପଣଙ୍କ କାର୍ଯ୍ୟ ସଫଳ ହେବାର ସମ୍ଭାବନା ଅଛି । ଜୋତିଶ ଶାସ୍ତ୍ର ଅନୁସାରେ ଛିଙ୍କ ଅଶୋଇବା ଅଶୁଭ ବୋଲି ମାନିଥାନ୍ତି କିନ୍ତୁ ଯଦି ଆପଣ ସକାଳ ଜଳଖିଆ ଖାଇବା ବେଳେ ଛିଙ୍କ ଆସିଥାଏ ତେବେ ଏହା ଏକ ଶୁଭ ସୂଚନା ପ୍ରଦାନ କରିଥାଏ ।

ଯଦି ଆପଣ ପିନ୍ଧା ବସ୍ତ୍ର ବଦଳିବା ସମୟରେ ପକେଟରୁ ଯଦି ପଇସା ତଳେ ପଡିଯାଏ ତେବେ ଏହା କୌଣସି ଉପାୟରୁ ଧନ ମିଳିବାର ସୂଚନା ଦେଇଥାଏ ।

ଯଦି ଆପଣ ପୂଜାକାରିବା ସମୟରେ ଠାକୁରଙ୍କୁ ଦିଆ ଯାଇଥିବା ଫୁଲ ଆପଣଙ୍କ ସାମନା ରେ ପଡିଯାଏ ତେବେ ଏହା ଆପଣଙ୍କର ଶୀଘ୍ର କୌଣସି ମନସ୍କାମନା ପୂରଣ ହେବାର ସୂଚନା ଦେଇଥାଏ ।

ଯଦି ଆପଣ ବାହାଘର ପ୍ରସ୍ତାବ ବାହାରକୁ ଦେଖିବାକୁ ଯାଉଛନ୍ତି ଏବଂ ଏହି ଯିବା ସମୟରେ ଯଦି କୌଣସି ଲାଲ ସାଡି ପରିଧାନ କରିଥିବା କୌଣସି ସ୍ତ୍ରୀ ଲୋକ ଦେଖନ୍ତି ତେବେ ଆପଣଙ୍କୁ ଭଲ ଜୀବନ ସାଥୀଟିଏ ମିଳିବାର ସମ୍ଭାବନା ଅଛି । ଯଦି ଆପଣ କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଥିବା ବେଳେ ଯଦି ଆପଣଙ୍କୁ କୌଣସି ଜିନିଷ ଭୁଲିଯିବାର ମନେ ପଡିଥାଏ ତେବେ
ବାହାରକୁ ଯାଉଥିବା ବେଳେ ଯଦି ଆପଣଙ୍କୁ କୌଣସି ଜିନିଷ ଭୁଲିଯିବାର ମନେ ପଡିଥାଏ ତେବେ ଏହା ଆପଣଙ୍କର ଖରାପ ସମୟ ଟଳିଯିବାର ସଙ୍କେତ ମିଳିଥାଏ ।

Leave a comment