ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥିନୀ ସଂଘମିତ୍ରା ଦଳାଇ ବିଜୟୀ

0

ଭୁବନେଶ୍ୱର : ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି । ବିଜେଡିର ସଂଘମିତ୍ରା ଦଳାଇ ବିଜେପିର ପ୍ରାର୍ଥିନୀ ସବିତା ସୁଆରଙ୍କ ଠାରୁ ୨୦୨୮୬ ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ସିଟ୍‌ ହାତେଇଲା ବିଜେଡି । ସଂଘମିତ୍ରା ପିନ୍ଧିଲା ବିଜୟୀ ମୁକୁଟ । ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ନିଜର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ପରାସ୍ତ ହୋଇଛନ୍ତି ।
ତେବେ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ବିଜେପି ପ୍ରାର୍ଥୀ ସବିତା ସୁଆର ୪୫୭୮୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୬୬୦୬୮ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୬୭୬୮ ଖଣ୍ଡ ଭୋଟ ପାଇଛନ୍ତି । ସଂଘମିତ୍ରା ମୋଟ ୨୦୨୩୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେପଟେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ସଂଘମିତ୍ରା ।

Leave a comment