ବୃଦ୍ଧ ବାପାମା’ଙ୍କୁ ଅଣଦେଖା : ୭ କର୍ମଚାରୀଙ୍କ ଦରମା କଟିଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ରର ଲାତୁର ଜିଲ୍ଲା ପରିଷଦରେ ଚାକିରି କରୁଥିବା ୭ ଜଣ କର୍ମଚାରୀଙ୍କ ଦରମାର ୩୦ ପ୍ରତିଶତ କଟାଯାଇଛି। ଏହି କର୍ମଚାରୀ ମାନେ ସେମାନଙ୍କ ବୃଦ୍ଧ ପିତାମାତାଙ୍କୁ ଅଣଦେଖା କରିବା ସହ ନିର୍ଯତାନା ଦେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ତେଣୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବା ସହ ଦରମାର ୩୦ ପ୍ରତିଶତ ସେମାନଙ୍କ ବାପାମା’ଙ୍କ ଆକାଉଣ୍ଟରେ ଜମା କରାଯାଇଛି ବୋଲି ଜିଲ୍ଲା ପରିଷଦ ସଭାପତି ରାହୁଲ ବନ୍ଦ୍ରେ କହିଛନ୍ତି। ଗତ ନଭେମ୍ବରରେ ଜିଲ୍ଲା ପରିଷଦ ଏନେଇ ଏକ ନିଷ୍ପତ୍ତି ନେବା ସହ ଯେଉଁ କର୍ମଚାରୀ ମାନେ ସେମାନଙ୍କ ବୃଦ୍ଧ ପିତାମାତାଙ୍କ ଦେଖାଶୁଣା କରୁନଥିବେ ସେମାନଙ୍କ ଦରମାର ୩୦ ପ୍ରତିଶତ କଟାଯିବ ବୋଲି କୁହାଯାଇଥିିଲା। ଏହି ନିୟମ ଗତ ଡିସେମ୍ବର ମାସରୁ ହିଁ ଲାଗୁ କରାଯାଇଥିିଲା।

Leave a comment