ବୁଧ ଏହିସବୁ ରାଶିଙ୍କୁ ଭାଗ୍ୟ ଫିଟାଇବେ

0

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଗ୍ରହମାନଙ୍କର ରାଜକୁମାର ବୁଧଙ୍କୁ ବ୍ୟବସାୟ, ବୁଦ୍ଧି, ଅର୍ଥ, ବକ୍ତବ୍ୟ ଓ ଯୋଗାଯୋଗର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ମେ ୧୭ ତାରିଖ ସକାଳ ୬ଟା ୪୦ ମିନିଟ୍ ରେ ସିଂହ ରାଶିରେ ବୁଧ ଅସ୍ତ ହେବେ। ବୁଧଙ୍କ ଅସ୍ତ କିଛି ରାଶି ପାଇଁ ବେଶ୍ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ବୁଧଙ୍କ ଚଳନ କେଉଁ ସବୁ ରାଶିଙ୍କ ଭାଗ୍ୟ ଉଦୟ କରିବାକୁ ଯାଉଛନ୍ତି।

ସିଂହ: ବୁଧଙ୍କ ଅସ୍ତ ହେବା ଏହି ରାଶିଙ୍କୁ ମାଲାମାଲ୍ କରିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଦିର୍ଘ ଦିନ ଚାକିରି ଖୋଜୁଥିବା ଲୋକଙ୍କୁ କୌଣସି ଏକ କମ୍ପାନୀରୁ ଭଲ ଚାକିରି ଅଫର ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ବେଶ୍ ଦୁଇ ପଇସା ଅଧିକ ଲାଭ ପାଇବେ। ସେୟାର ମାର୍କେଟ୍ ରୁ ଅଧିକ ଲାଭ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ପ୍ରେମ ସମ୍ପର୍କରେ ଥିବା ଲୋକଙ୍କ ପାଇଁ ସମୟ ଖାସ୍ ରହିବ। ପ୍ରେମ ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ନିଜ ପରିବାର ସହ ଭଲ ସମୟ ଅତିବାହିତ କରିବେ।

ବିଛା: ବୁଧଙ୍କ ଅସ୍ତ ଏହି ରାଶିର ଭାଗ୍ୟ ଚମକାଇବ। ର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି, ସେମାନେ ନିଜ ସାଥୀଙ୍କ ସହ ବିବାହ ସମ୍ପନ୍ନ ହେବ। ପରିବାରରେ ହସ-ଖୁସିର ମାହୋଲ୍ ଦେଖାଦେବ। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ବ୍ୟବସାୟୀରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ବିଦେଶ ଯିବାର ଆଶା ପୂରା ହେବ।

ମୀନ: ଏହି ରାଶିର ଲୋକଙ୍କ ଭାଗ୍ୟ ଫିଟାଇବେ ବୁଧ। ପୌତୃକ ସମ୍ପତ୍ତିରୁ ଲାଭମିଳିବ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ଏକାଧିକ ପ୍ରୋଜେକ୍ଟ ମିଳିବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଶୁଭ ଖବର ମିଳିବ। ପୁଞ୍ଜି ବିନିଯୋଗ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଅଧିକ ଲାଭ ପାଇବେ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

Leave a comment