ବିଶ୍ୱକର୍ମା ପୂଜା ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ

0

ବିଶ୍ୱକର୍ମା ପୂଜା ପ୍ରତ୍ୟେକ ବର୍ଷ କନ୍ୟା ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇଥାଏ। ପୌରାଣିକ କଥା ଅନୁସାରେ, ଏହି ଦିନ ଭଗବାନ ବିଶ୍ୱକର୍ମା ଜନ୍ମ ହୋଇଥିଲେ। ଏଥିପାଇଁ ଏହାକୁ ବିଶ୍ୱକର୍ମା ଜୟନ୍ତୀ ମଧ୍ୟ କୁହାଯାଇଥାଏ। ମାନ୍ୟତା ରହିଛି କି, ଏହି ଦିନ ବିଧି ବିଧାନର ସହ ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚନା କଲେ ବ୍ୟବସାୟରେ ଉନ୍ନତି ସାଙ୍ଗକୁ ଲାଭ ମିଳିଥାଏ। ଏହି ଦିନ କାରଖାନା ବା ଫ୍ୟାକ୍ଟ୍ରିରେ ଯନ୍ତ୍ରପାତି ଆଦିର ପୂଜା କରାଯାଇଥାଏ। ତେବେ ଆପଣଙ୍କୁ ପୂଜା କରିବା ସମୟରେ କେତେକ କଥା ଉପରେ ଧ୍ୟାନ ରଖିବାକୁ ପଡ଼ିବ। ଆସନ୍ତୁ ଜାଣିବା ଏହା ବିଷୟରେ।

ବିଶ୍ୱକର୍ମା ପୂଜାରେ କରନ୍ତୁ ନାହିଁ ଏହି କାମ

-ଏହି ଦିନ ଘରେ ହେଉ କି କାରଖାନାରେ, ଯନ୍ତ୍ରପାତି ଆଦିକୁ ସମ୍ମାନର

ଯଦି ଆପଣ କୌଣସି କାରଖାନାର ମାଲିକ, ତେବେ ଏହି ଦିନ ଯନ୍ତ୍ରପାତି ବ୍ୟବହାର କରନ୍ତୁ ନାହିଁ। ଏହାକୁ ସଫାସୁତରା କରି ପୂଜା କରନ୍ତୁ।

-ଯେଉଁ ବସ୍ତୁଗୁଡ଼ିକୁ ଆପଣ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି, ସେଗୁଡ଼ିକୁ ବିଶ୍ୱକର୍ମା ପୂଜାରେ ସଫାସୁତରା କରିବାକୁ ଭୁଲନ୍ତୁ ନାହିଁ। ଆପଣ ନିଜ ଗାଡ଼ିକୁ ସଫା କରନ୍ତୁ ଏବଂ ଏହାର ପୂଜା କରନ୍ତୁ।

-ଯେଉଁ ଲୋକଙ୍କର ଛୋଟ, ବଡ଼ ଫ୍ୟାକ୍ଟ୍ରି ଅଛି କିମ୍ବା ସେମାନଙ୍କର ମେଶିନ ସହ ଜଡ଼ିତ କୌଣସି କାମ ରହୁଛି, ତା’ହେଲେ ସେମାନଙ୍କୁ ବିଶ୍ୱକର୍ମା ପୂଜା ଦିନ ନିଜ ମେଶିନକୁ ବ୍ୟବହାର କରିବା ଉଚିତ ନୁହେଁ।

-ବିଶ୍ୱକର୍ମା ପୂଜା ଦିନ ଭୁଲ୍‌ରେ ବି ମଦ, ମାଂସ ସେବନ କରିବା ଉଚିତ ନୁହେଁ। ନିଜ ବେପାର ବୃଦ୍ଧି ପାଇଁ ଆପଣଙ୍କୁ ଏହି ଦିନ ଗରିବ ଲୋକ ନଚେତ୍‌ ବ୍ରାହ୍ମଣଙ୍କୁ ଦାନ ଅବଶ୍ୟ ଦେବା ଉଚିତ।

Leave a comment