ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ହାଇକୋର୍ଟଙ୍କ ୫ ହଜାର ଟଙ୍କାର ଜରିମାନା

0

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ହାଇକୋର୍ଟଙ୍କ ୫ ହଜାର ଟଙ୍କାର ଜରିମାନା । ହାଇକୋର୍ଟରେ ଦାଖଲ କରିଥିବା ପିଟସନ ଖାରଜ ହୋଇଛି । ଏହାସହିତ ୫ ହଜାର ଟଙ୍କାର ଜରିମାନା ଲାଗିଛି । ତେବେ ଦେବାଶିଷ ସାମନ୍ତରାୟଙ୍କ ଆବେଦନକୁ ଖାରଜ କରିବା ପାଇଁ ମୋକିମ ମାମଲା ଦାୟର କରିଥିଲେ ।

ସୂଚନା ଅନୁସାରେ, ବିଧାନସଭା ନିର୍ବାଚନ ଅନିୟମିତତା ମାମଲା ନେଇ ମହମ୍ମଦ ମୋକିମ ହାଇକୋର୍ଟ ଯାଇଥିଲେ । ହେଲେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । ଏହାସହିତ ଦେବାଶିଷଙ୍କ ଆବେଦନକୁ ଖାରଜ ମଧ୍ୟ କରିଛନ୍ତି । ମୋକିମ ପ୍ରାର୍ଥୀପତ୍ର ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଦେବାଶିଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave a comment