ଆସନ୍ତାକାଲି ଦିନ ସାଢେ ୧୦ଟା ଯାଏଁ ଗୃହ ମୁଲତବୀ

0

ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ଦେଖାଦେଇଛି।

ଫଳରେ ଆସନ୍ତାକାଲି ଦିନ ସାଢେ ୧୦ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।

ସୂଚନାଯୋଗ୍ୟ, ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋହଲ୍ଲା ସହ ନାରାବାଜି ଦେଖା ଯାଇଥିଲା। ପ୍ରଶ୍ନକାଳ ଆରମ୍ଭରୁ ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଗୃହର ମଧ୍ୟଭାଗକୁ ଆସି ବି‌ରୋଧୀ ଦଳର ବିଧାୟକମାନେ ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ପ୍ରଥମେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ସମାନ ସ୍ଥିତି ଜାରି ରହିଥିବାବେଳେ ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତି ଉପସ୍ଥାପନ କରିଥିଲେ। ପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରାଯାଇଥିଲା। ପୁଣି ଅପରାହ୍ନ ୪.୩୦ରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ହଟ୍ଟଗୋଳ ଚାଲିଥିଲା। ହଟଗୋଳ ଲାଗି ରହିବାରୁ ଗୁରୁବାର ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

Leave a comment

You cannot copy content of this page