ବିକଟାଳ ଶବ୍ଦ କରୁଥିଲେ, ହର୍ଣ୍ଣ କାଢ଼ିଦେଲେ
ଭୁବନେଶ୍ୱର: ବସ୍ ରେ ବିକଟାଳ ହର୍ନ ଲଗାଉଥିଲେ ସାବଧାନ। ଗାଡ଼ିରୁ ହର୍ନ କାଢ଼ିବା ସହ ଫାଇନ କାଟୁଛି ଟ୍ରାଫିକ ପୋଲିସ। RTO ସହଯୋଗରେ ଚେକିଂ ଚଳାଇଛି ଟ୍ରାଫିକ ପୋଲିସ। ଭୁବନେଶ୍ଵରର ବାଣୀ ବିହାର ଛକରେ ଚାଲିଛି ଆଜି ଚେକିଂ ଚାଲିଛି। ଟ୍ରାଫିକ ନିୟମ ମାନୁ ନ ଥିବା ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଫାଇନ କରାଯାଉଛି। ଦିନକ ଆଗରୁ ଭୁବନେଶ୍ଵରରେ ବାଇକ୍ ର ସାଇଲେନସର୍ ଚେକିଂ ବି ହୋଇଥିଲା। ବିଟଟାଳ ଶବ୍ଦ କରୁଥିବା ବାଇକରୁ ଏପରି ସାଇଲେନସର୍କୁ କାଢ଼ି ନିଆଯାଉଥିଲା। ଫାଇନ ବି କଟାଯାଇଥିଲା ।
ସାଇଲେନସର୍ ପରେ ଏବେ ହର୍ନ ର ପାଳି। ଜୋରରେ ଓ ବିକଟାଳ ଶବ୍ଦ କରୁଥିବା ହର୍ନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। … ପୂର୍ବରୁ ପିଲିୟନ ରାଇଡ଼ର, ବିନା ହେଲମେଟ, ରଙ୍ଗ ରୁଟ ଡ୍ରାଇଭିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । କାରରେ ଲାଗୁଥିବା ବ୍ଲାକ ଫିଲ୍ମ ହଟାଯାଇଯାଇଥିଲା । ମୋଟର ଭେଇକିଲ ଆକ୍ଟ ରେ ମୋଟା ଅଙ୍କର ଫାଇନ ମଧ୍ୟ କଟାଯାଇଥିଲା । ଆଗକୁ ଏଭଳି କାର୍ଯ୍ୟାନୁଷ୍ଠାନ ଟ୍ରାଫିକ ନିୟମ ଖିଲାପକାରୀଙ୍କ ବିରୋଧରେ ବଳବତ୍ତର ରହିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ।