ବାସନରୁ ଯାଉନି କି ମାଛ ଗନ୍ଧ? କରନ୍ତୁ ଏହି ଘରୋଇ ଉପାୟ

ସି-ଫୁଡ୍ ଖାଇବାକୁ ପସନ୍ଦ କରୁଥିବା ଲୋକ ପ୍ରାୟତଃ ଘରେ ମାଛ ରାନ୍ଧି ଖାଇଥାନ୍ତି। ମାଛ ଖାଇବାକୁ ତ ବହୁତ ସ୍ଵାଦିଷ୍ଟ ହୋଇଥାଏ କିନ୍ତୁ ଏହାର ଗନ୍ଧ ସହଜରେ ଯାଇନଥାଏ। ଯଦି ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି ତେବେ କେତେକ ଘରୋଇ ଉପାୟ ଆପଣାଇ ଏଥିରୁ ମୁକ୍ତି ପାଇପାରିବେ।
ମାଛ ଦୁର୍ଗନ୍ଧ ଦୂର କରିବା ଟିପ୍ସ:
ମାଛର ଗନ୍ଧ ଦୂର କରିବା ପାଇଁ ବାସନରେ ଲେମ୍ବୁ ଘଷନ୍ତୁ। କିଛି ସମୟ ପରେ ଗରମ ପାଣିରେ ଧୋଇଦିଅନ୍ତୁ।
ଭିନେଗାର ବ୍ୟବହାର କରି ମଧ୍ୟ ବାସନରୁ ମାଛ ଗନ୍ଧ ଦୂର କରିପାରିବେ।
ମାଛ ଗନ୍ଧ ଦୂର କରିବାର ଆଉ ଏକ ଉପାୟ ହେଉଛି ଲୁଣ। ଗରମ ପାଣିରେ ଲୁଣ ପକାଇ ସେଥିରେ ମାଛ ଗନ୍ଧ ହେଉଥିବା ବାସନ ଭିଜେଇ ଦିଅନ୍ତୁ। କିଛି ସମୟ ପରେ ସାବୁନ କିମ୍ବା ଲିକୁଇଡ଼ରେ ମାଜି ଦିଅନ୍ତୁ।
ଆପଣ ଚାହିଁଲେ ବେକିଂ ସୋଡ଼ା ସାହାଯ୍ୟରେ ମଧ୍ୟ ବାସନରୁ ମାଛ ଗନ୍ଧ ଦୂର କରିପାରିବେ।