ବଜ୍ରାଘାତରେ ଛାତ୍ର ମୃତ

0

ଦେବଗଡ଼(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦେବଗଡ଼ ଥାନା ବିଛଣାପୁର ଗ୍ରାମରେ ବଜ୍ରାଘାତରେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ହଠାତ ଝଡ ପବନ ସହ ବର୍ଷା ଓ ଘଡଘଡି ଆରମ୍ଭ ହେବା ସମୟରେ ବିଛଣାପୁର ଗ୍ରାମରେ ମାମୁଁ ଘରେ ରହି ପାଠପଢ଼ୁଥିବା ବାରକୋଟ ବ୍ଲକ୍ ଦନ୍ତାରିବାହାଳ ଗ୍ରାମର ରମଣୀକାନ୍ତ ରଣା ଘର ବାହାରେ ଆମ୍ବ ଗଛ ମୂଳେ ଖେଳୁଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ରମଣୀ ଗୁରୁତର ହୋଇ ଅଚେତ ହୋଇ ପଡ଼ିଥିଲେ।

ପରିବାର ଲୋକେ ଗୁରୁତର ଅବସ୍ଥାରେ ରମଣୀଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a comment