ବଜ୍ରପାତଜନିତ ମୃତ୍ୟୁ : ଗତ ୫ ବର୍ଷରେ ଗଲାଣି ୧୧୦୩ ଜଣଙ୍କ ଜୀବନ

0

ଭୁବନେଶ୍ୱର,: ବଜ୍ରପାତ ମୃତ୍ୟୁରେ ଆଗରେ ଓଡ଼ିଶା। ଗତ ୫ ବର୍ଷରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଛି। ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଭାରତ ବର୍ଷରେ ସବୁ ରାଜ୍ୟ ଠାରୁ ଆଗରେ ଓଡିଶା ରହିଛି। ଯେଉଁ ରାଜ୍ୟରେ ଖଣିଜ ପଦାର୍ଥ ଅଧିକ ରହିଛି ସେହି ରାଜ୍ୟକୁ ବଜ୍ରପାତ ବେଶୀ ହୋଇଥାଏ। ଏହାର ସ୍ଥାୟୀ ନିରାକରଣ ପାଇଁ କିଛି ନୂଆ ଗବେଷଣା ଜାରି ରହିଛି।

ଉତ୍ତରପ୍ରଦେଶ ଓଡ଼ିଶାଠାରୁ ୫ ଗୁଣା ବଡ଼ ହୋଇଥିଲେ ମଧ୍ୟ ସେଠାରେ ମାତ୍ର ୫୪୨ ଜଣଙ୍କ ମୃତ୍ୟୁ ହୋଇଛି। ଖଣି ଥିବାରୁ ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ଵରରେ ଅଧିକ ବଜ୍ରପାତ ମୃତ୍ୟୁ ହେଉଛି। ଏହାର ସ୍ଥାୟୀ ନିରାକରଣ ବ୍ୟବସ୍ଥା ନାହିଁ। ବିଲରେ ଓ ପାଣିରେ କାମ କରୁଥିବା ବେଳେ ଲୋକେ ଅଧିକ ବଜ୍ରପାତର ଶିକାର ହୋଇଥାନ୍ତି।

୨୦୧୫ ଏପ୍ରିଲରେ ରାଜ୍ୟ ସରକାର ବଜ୍ରପାତକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦିଆଯାଉଛି। ବଜ୍ରପାତ ରୋକିବା ପାଇଁ ବ୍ୟାପକ ତାଳ ଗଛ ଲଗାଯାଉଛି। ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ୭ କୋଟି ଟଙ୍କା ଦିଆଯାଇଛି। ବଜ୍ରପାତରେ ମୃତ ଲୋକଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉଛି ବୋଲି ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

Leave a comment