ଫେସବୁକରୁ ଚୋରି ହୋଇଛି ୬୦ ଲକ୍ଷ ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫେସବୁକରୁ ଲିକ୍ ହୋଇଛି ଗୋପନୀୟ ବ୍ୟକ୍ତିଗତ ତଥ୍ୟ। ବର୍ତ୍ତିପାରି ନାହାନ୍ତି ଫେସବୁକର ମାଲିକ। ଫେସବୁକ୍ ମାଲିକ ମାର୍କ ଜୁକରବର୍ଗଙ୍କ ବ୍ୟକ୍ତିଗତ ତଥ୍ୟକୁ ହ୍ୟାକର୍ସମାନେ ସାର୍ବଜନୀନ କରିଦେଇଛନ୍ତି। ୧୦୦ ରୁ ଅଧିକ ଦେଶରୁ ପ୍ରାୟ ୫୩୩ ନିୟୁତ ଫେସବୁକ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ବିବରଣୀ ଅନଲାଇନରେ ଲିକ୍ ହୋଇଥିବା ଏବଂ ହ୍ୟାକିଂ ଫୋରମରେ ମାଗଣାରେ ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଲିକ୍ ହୋଇଥିବା ସବିଶେଷ ତଥ୍ୟରେ ନାମ, ଲିଙ୍ଗ, ବୃତ୍ତି, ବୈବାହିକ ଏବଂ ସମ୍ପର୍କ ସ୍ଥିତି, ଯୋଗଦାନର ତାରିଖ ଏବଂ ବ୍ୟବହାରକାରୀଙ୍କ କାର୍ଯ୍ୟ ସ୍ଥାନ ଅନ୍ତର୍ଭୁକ୍ତ। ଏଥିରେ ୬୦ ଲକ୍ଷ ଭାରତୀୟଙ୍କ ଡାଟା ସାମିଲ୍ ରହିଛି। ୧୦୬ ଦେଶର ବ୍ୟବହାରକାରୀଙ୍କ ତଥ୍ୟକୁ ହ୍ୟାକର୍ସମାନେ ସାର୍ବଜନୀନ କରିଛନ୍ତି। ଆଫଗାନିସ୍ତାନରୁ ୫.୫ ଲକ୍ଷ ବ୍ୟବହାରକାରୀ, ଅଷ୍ଟ୍ରେଲିଆରୁ ୧.୨ ମିଲିୟନ୍, ବାଂଲାଦେଶରୁ ୩.୮ ମିଲିୟନ, ବ୍ରାଜିଲରୁ ୮ ମିଲିୟନ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ କରାଯାଇଛି ବୋଲି ଜଣାପଡ଼ିଛି। ଭାରତରେ ୧୦ ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଉଦାହରଣ ଯେଉଁଠାରେ ଏକ କମ୍ପାନୀର ୟୁଜର୍ ଡାଟାବେସ୍ ଲିକ୍ ହେବାର ଦାବି ପୁଣିଥରେ ପ୍ରକାଶ ପାଇଛି।

Leave a comment