ଫେବୃଆରୀ ୧୭ରେ ରାଜ୍ୟ ବଜେଟ
ଭୁବନେଶ୍ୱର : ଫେବୃଆରୀ ୧୭ରେ ଆଗତ ହେବ ରାଜ୍ୟ ବଜେଟ। ଏଥର ବୃଦ୍ଧି ପାଇବ ବଜେଟ ଆକାର । ସାଧାରଣ ଲୋକଙ୍କ ପାଇଁ କିପରି ବଜେଟରେ ଗୁରୁତ୍ୱ ମିଳିବ ସେନେଇ ବଜେଟ ପ୍ରସ୍ତୁତ ସମୟରେ ଚିନ୍ତା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ପ୍ରାକ ବଜେଟ ପରାମର୍ଶ ନେଇ ବୈଠକରେ ସବିଶେଷ ଆଲୋଚନା ହୋଇଛି । ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ବିଶେଷଜ୍ଞଙ୍କ ବଜେଟ ନେଇ ଆଲୋଚନା କରାଯାଇଛି।
ସମସ୍ତ ସଦସ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ଅନଲାଇନରେ ମଧ୍ୟ ମତାମତ ଦେଇ ପାରିବେ । ରାଜସ୍ୱ କେମିତି ବଢିବ ସେ ନେଇ ସରକାର ଚିନ୍ତା କରାଯାଉଛି । ଆସନ୍ତାବର୍ଷ ଆହୁରି ଅନେକ ଯୋଜନା ସାମିଲ ହେବ । ଆଗକୁ ୨ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ସୃଷ୍ଟି କରାଯିବ । ଗାଁରେ ଆୟର ଉତ୍ସ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।