ଫିଙ୍ଗାଯାଇଥିବା କମଳା ଚୋପାରୁ ପାଆନ୍ତୁ ତୋଫା ଗୋରା ଚେହେରା

0

ସାଧାରଣତଃ ଏକ ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବା ମହିଳାମାନେ ସର୍ବଦା ଚାହିଁଥାନ୍ତି। ତ୍ବଚାଜନିତ ସମସ୍ୟା ଦୂର କରି ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ସେମାନେ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି। କିନ୍ତୁ ବେଳେବେଳେ ଏସବୁର ବ୍ୟବହାର ଫଳରେ ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହୋଇ ତ୍ବଚା ସୁନ୍ଦର ପରିବର୍ତ୍ତେ ଅଧିକ ଖରାପ ହୋଇଥାଏ। ଏହାସହ ଏଥିପାଇଁ ମୋଟା ଅଙ୍କର ଅର୍ଥ ସାରିବାକୁ ମଧ୍ୟ ପଡିଥାଏ। ହେଲେ ଆଜି ଆମେ ଆପଣଙ୍କୁ ଘରୋଇ ଜିନିଷରେ ଏପରି ଏକ ଫେସ୍‌ପ୍ୟାକ୍‌ ବିଷୟରେ କହିବୁ ଯାହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ଭୟ ନଥାଏ। ଏବଂ ତ୍ବଚା ସୁନ୍ଦର ହୋଇଥାଏ। ଏହି ପ୍ୟାକ ପାଇଁ କମଳା ଚୋପାର ଆବଶ୍ୟକତା ପଡ଼ିଥାଏ। କମଳା ଚୋପାରୁ ପ୍ରସ୍ତୁତ ଏହି ପ୍ୟାକ୍‌କୁ ଲଗାଇବା ଦ୍ବାରା ତ୍ବଚାଜନିତ ଅନେକ ସମସ୍ୟା ଦୂର ହେବା ସହ ତ୍ବଚା ଗୋରା, କୋମଳ ଓ ଚିକ୍କଣ ହୋଇଥାଏ। ଆସନ୍ତୁ ଜାଣିବା ଏହି ପ୍ୟାକ୍ କିପରି ପ୍ରସ୍ତୁତ କରିବେ।

ଆବଶ୍ୟକୀୟ ସାମଗ୍ରୀ:

ଏଲୋଭେରା ଜେଲ୍- ୨ଚାମଚ

କମଳା ଚୋପା ଗୁଣ୍ଡ- ୧ଚାମଚ

ମହୁ-୧ଚାମଚ

ଗୋଲାପ ଜଳ- କିଛି ବୁନ୍ଦା

ପ୍ରଥମେ ଗୋଟିଏ ପାତ୍ରରେ ଏଲୋଭେରା ଜେଲ୍, କମଳା ଚୋପା ଗୁଣ୍ଡ ଏବଂ ମହୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ସେହି ମିଶ୍ରଣରେ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ତ୍ୱଚାରେ ଲଗାନ୍ତୁ। ୧୦ ରୁ୧୫ ମିନିଟ୍ ପରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ।ସପ୍ତାହକୁ ୨ରୁ ୩ ଥର ଏହି ପ୍ୟାକ୍ ଲଗାଇବା ଦ୍ବାରା ବ୍ରଣ, କଳା ଦାଗ, ତ୍ବଚାର ଶୁଷ୍କତା ଭଳି ଅନେକ ସମସ୍ୟା ଦୂର ହେବା ସହ ଉଜ୍ବଳତା ବୃଦ୍ଧି ପାଇଥାଏ। ଏହାସହିତ ତ୍ବଚା କୋମଳ ତଥା ନମନୀୟ ହୋଇଥାଏ। କମଳା ଚୋପକୁ ଏକାଥରେ ଗୁଣ୍ଡ କରି ଗୋଟିଏ ଡବାରେ ଖୋଳ ଦେଇ ରଖିଦିଆନ୍ତୁ। ଆବଶ୍ୟକ ସମୟରେ ଅଳ୍ପ ଅଳ୍ପ ବ୍ୟବହାର କରନ୍ତୁ

Leave a comment

You cannot copy content of this page