ପ୍ରଶ୍ନପତ୍ର ଲିକ ନୁହେଁ, ମୁଦ୍ରଣ ଜନିତ ତ୍ରୃଟି : ଗଣଶିକ୍ଷାମନ୍ତ୍ରୀ ସମୀର ଦାସ
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାନ୍ତ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପତିକ୍ରିୟା

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାନ୍ତ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପତିକ୍ରିୟା ରଖିଛନ୍ତି । ପ୍ରଶ୍ନପତ୍ର ଲିକ ନୁହେଁ,ମୁଦ୍ରଣ ଜନିତ ତ୍ରୃଟି ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ । ଇତିହାସ,ରାଜନୀତି ବିଜ୍ଞାନ ବି ସେଟ ପ୍ରଶ୍ନରେ କିଛି ତ୍ରୃଟି ଅଛି । ପ୍ରଶ୍ନପତ୍ରରେ କିଛି ମୁଦ୍ରଣ ଜନିତ ତ୍ରୃଟି ରହିଛି ବୋଲି ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।
ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସ୍ପଷ୍ଟିକରଣ ଦିଆ ସରିଛି । ଛାତ୍ରଛାତ୍ରୀମାନେ ଚିନ୍ତିତ ହୁଅନ୍ତୁନି । କୌଣସି ଅସୁବିଧା ହେବନି । ମୂଲ୍ୟାଙ୍କନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ ।