ପ୍ରଭୁ ଶିବଙ୍କ ଆଗରୁ ଏଠି ପୂଜା ପାଏ ରାବଣ, ମନ୍ଦିର ସହ ଜଡ଼ିତ ଅଛି ଅଭୁତ ରହସ୍ୟମୟ ଘଟଣା

ଆମ ହିନ୍ଦୁ ଧର୍ମରେ ଦେବାଦେବୀଙ୍କ ପୂଜନ ବିଷୟରେ ବର୍ଣ୍ଣନା କରାଯିବା ସହ ସେମାନଙ୍କ ମନ୍ଦିର ଆମ ସମାଜରେ ରହିଛି। କିନ୍ତୁ କୌଣସି ସ୍ଥାନରେ ଆପଣ ରାକ୍ଷସଙ୍କ ପୂଜା ହେଉଥିବାର ହୁଏତ ଶୁଣି ନଥିବେ। ହେଲେ ଏମିତି ଗୋଟିଏ ମନ୍ଦିର ରହିଛି ଯେଉଁଠି ଶିବଙ୍କ ଆଗରୁ ରାବଣଙ୍କ ପୂଜା ହୋଇଥାଏ। ଏହା ପଛରେ ଏକ ଗଭୀର ରହସ୍ୟ ଲୁଚି ରହିଛି ବୋଲି କୁହାଯାଏ। ଏହି ମନ୍ଦିର କମଳନାଥ ମହାଦେବ ନାମରେ ଜଣାଶୁଣା।
ଶିବଙ୍କର ଏହି ପ୍ରାଚୀନ ମନ୍ଦିର ଉଦୟପୁର ସହରଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଝାଡୋଲ ତହସିଲର ଆୱାରଗଡ ପାହାଡ ଉପରେ ଅବସ୍ଥିତ। ପୁରାଣ ଅନୁଯାୟୀ ଏହି ମନ୍ଦିରଟି ନିଜେ ଲଙ୍କାପତୀ ରାବଣ ଦ୍ଵାରା ପ୍ରତିଷ୍ଠା ହୋଇଥିଲା। କୁହାଯାଏ ଯେ ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ରାବଣ ତାର ମୁଣ୍ଡ କାଟି ଅଗ୍ନି କୁଣ୍ଡରେ ଭଗବାନ ଶିବଙ୍କୁ ଉତ୍ସର୍ଗ କରିଥିଲା। ଏହାପରେ ଭଗବାନ ଶିବ, ରାବଣର ଭକ୍ତିରେ ସନ୍ତୁଷ୍ଟ ହୋଇ ତାର ନାଭିରେ ଅମୃତ କୁଣ୍ଡ ପ୍ରତିଷ୍ଠା କରିଥିଲେ।