ପ୍ରଭୁ ଶିବଙ୍କ ଆଗରୁ ଏଠି ପୂଜା ପାଏ ରାବଣ, ମନ୍ଦିର ସହ ଜଡ଼ିତ ଅଛି ଅଭୁତ ରହସ୍ୟମୟ ଘଟଣା

0

ଆମ ହିନ୍ଦୁ ଧର୍ମରେ ଦେବାଦେବୀଙ୍କ ପୂଜନ ବିଷୟରେ ବର୍ଣ୍ଣନା କରାଯିବା ସହ ସେମାନଙ୍କ ମନ୍ଦିର ଆମ ସମାଜରେ ରହିଛି। କିନ୍ତୁ କୌଣସି ସ୍ଥାନରେ ଆପଣ ରାକ୍ଷସଙ୍କ ପୂଜା ହେଉଥିବାର ହୁଏତ ଶୁଣି ନଥିବେ। ହେଲେ ଏମିତି ଗୋଟିଏ ମନ୍ଦିର ରହିଛି ଯେଉଁଠି ଶିବଙ୍କ ଆଗରୁ ରାବଣଙ୍କ ପୂଜା ହୋଇଥାଏ। ଏହା ପଛରେ ଏକ ଗଭୀର ରହସ୍ୟ ଲୁଚି ରହିଛି ବୋଲି କୁହାଯାଏ। ଏହି ମନ୍ଦିର କମଳନାଥ ମହାଦେବ ନାମରେ ଜଣାଶୁଣା। ଶିବଙ୍କର ଏହି ପ୍ରାଚୀନ ମନ୍ଦିର ଉଦୟପୁର ସହରଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଝାଡୋଲ ତହସିଲର ଆୱାରଗଡ ପାହାଡ ଉପରେ ଅବସ୍ଥିତ। ପୁରାଣ ଅନୁଯାୟୀ ଏହି ମନ୍ଦିରଟି ନିଜେ ଲଙ୍କାପତୀ ରାବଣ ଦ୍ଵାରା ପ୍ରତିଷ୍ଠା ହୋଇଥିଲା। କୁହାଯାଏ ଯେ ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ରାବଣ ତାର ମୁଣ୍ଡ କାଟି ଅଗ୍ନି କୁଣ୍ଡରେ ଭଗବାନ ଶିବଙ୍କୁ ଉତ୍ସର୍ଗ କରିଥିଲା। ଏହାପରେ ଭଗବାନ ଶିବ, ରାବଣର ଭକ୍ତିରେ ସନ୍ତୁଷ୍ଟ ହୋଇ ତାର ନାଭିରେ ଅମୃତ କୁଣ୍ଡ ପ୍ରତିଷ୍ଠା କରିଥିଲେ।

ଏହି ସ୍ଥାନର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏଠାରେ ଭଗବାନ ଶିବଙ୍କ ଆଗରୁ ରାବଣର ପୂଜା କରିବା ପରମ୍ପରା ରହିଛି। ବିଶ୍ୱାସ କରାଯାଏ ଯେ ଯଦି ଶିବଙ୍କ ପୂର୍ବରୁ ରାବଣଙ୍କୁ ପୂଜା କରାଯାଏ ନାହିଁ, ତେବେ ସମସ୍ତ ପୂଜା ବ୍ୟର୍ଥ ହୋଇଥାଏ। କମଳନାଥ ମହାଦେବଙ୍କୁ ନେଇ ପୁରାଣରେ ଏକ କାହାଣୀ ଲେଖା ଅଛି, ଯାହା ଅନୁଯାୟୀ ଭଗବାନ ଶିବଙ୍କୁ ଖୁସି କରିବା ପାଇଁ ଥରେ ରାବଣ କୈଳାଶ ପହଞ୍ଚି ତପସ୍ୟା କରିବା ଆରମ୍ଭ କରିଥିଲେ। ତାଙ୍କର କଠୋର ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ରାବଣଙ୍କୁ ବର ମାଗିବାକୁ କହିଥିଲେ। ତା’ପରେ ରାବଣ ପ୍ରଭୁ ଶିବଙ୍କୁ ତାଙ୍କ ସହ ଲଙ୍କା ଯିବାକୁ କହିଥିଲା। ଭୋଲେନାଥ ଶିବଲିଙ୍ଗ ରୂପରେ ରାବଣ ସହ ଯିବାକୁ ରାଜି ହୋଇଥିଲେ।

ଭଗବାନ ଶିବ ରାବଣକୁ ଏକ ଶିବଲିଙ୍ଗ ଦେଇଥିଲେ ଏବଂ ଏକ ସର୍ତ୍ତ ରଖିଥିଲେ ଯେ ଯଦି ତୁମେ ଏହି ଶିବଲିଙ୍ଗକୁ ଲଙ୍କାରେ ପହଞ୍ଚିବା ପୂର୍ବରୁ ପୃଥିବୀର କୌଣସି ବି ସ୍ଥାନରେ ରଖିବ, ତେବେ ମୁଁ ସେଠାରେ ପ୍ରତିଷ୍ଠିତ ହେବି। କୈଳାଶରୁ ଲଙ୍କା ପର୍ଯ୍ୟନ୍ତ ରାସ୍ତା ବହୁତ ଲମ୍ବା ଥିବାରୁ ଓ ପ୍ରଭୁଙ୍କ ମାୟା କାରଣରୁ, ରାସ୍ତାରେ ରାବଣ କ୍ଳାନ୍ତ ଅନୁଭବ କରୁଥିଲା, ତେଣୁ ସେ ବିଶ୍ରାମ ନେବା ପାଇଁ ଏକ ସ୍ଥାନରେ ଅଟକି ଯାଇଥିଲେ ଏବଂ ଇଚ୍ଛା ନଥାଇବି ସେ ଶିବ ଲିଙ୍ଗକୁ ପୃଥିବୀରେ ରଖିଥିଲେ। ବିଶ୍ରାମ ନେବା ପରେ ରାବଣ ଶିବଲିଙ୍ଗକୁ ଉଠାଇବାକୁ ଚେଷ୍ଟା କଲା, କିନ୍ତୁ ସେ ଚଙ୍କି ନଥିଲା। ଏହା ଦେଖି ରାବଣ ନିଜର ଭୁଲକୁ ବୁଝି ପାରି ଅନୁତାପ କରିଥିଲା। ସେ ପୁଣି ସେହି ସ୍ଥାନରେ ତପସ୍ୟା କରିବା ଆରମ୍ଭ କଲା। ସେ ଦିନକୁ ଥରେ ଶହ ଶହ ପଦ୍ମ ଫୁଲ ଶିବଙ୍କୁ ଅର୍ପଣ କରି ପୂଜା କରୁଥିଲେ।ଏହିଭଳି ରାବଣ ଅଢେଇ ବର୍ଷ କରିବା ପରେ ବ୍ରହ୍ମା ରାବଣର ତପସ୍ୟା ସଫଳ ହେବା ନେଇ ସଙ୍କେତ ପାଇବା ଥିଲେ। ଏହାପରେ ସେ ରାବଣର ତପସ୍ୟା ବିଫଳ କରିବା ପାଇଁ ପୂଜା ସମୟରେ ସେଥିରୁ ଗୋଟିଏ ପଦ୍ମ ଫୁଲ କମ କରି ଦେଇଥିଲେ। ପରେ ଯେତେବେଳେ ରାବଣ ଦେଖିଲେ ଯେ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଗୋଟିଏ ଫୁଲ କମ ହୋଇଛି ସେ ତାର ମୁଣ୍ଡ କାଟି ଭଗବାନ ଶିବଙ୍କୁ ଅର୍ପଣ କରିଥିଲା। ଭଗବାନ ଶିବ ରାବଣର ଏହି ଭକ୍ତିରେ ସନ୍ତୁଷ୍ଟ ହୋଇ ଏକ ଅମୃତ କୁଣ୍ଡ ତାଙ୍କ ନାଭିରେ ପ୍ରତିଷ୍ଠା କରିଥିଲେ। ଏବଂ କହିଥିଲେ ଯେ ଏହି ସ୍ଥାନ କମଲ ନାଥ ମହାଦେବ ନାମରେ ପରିଚିତ ହେବ।

Leave a comment