ପୂଜା ସମୟରେ କାହିଁକି ବ୍ୟବହାର କରାଯାଏ ଧୂପକାଠି ?

0

ପ୍ରାୟ ସବୁ ପୂଜାରେ ଧୂପକାଠି ଜଳାଯାଇଥାଏ। ତେବେ ମନ୍ଦିରରେ ପୂଜା ହେଉ କିମ୍ବା ଘରେ ପୂଜା ଧୂପକାଠି ବିନା ସବୁକିଛି ଅଧୁରା ରହିଥାଏ। ଏପରିକି ଗୃହ ପ୍ରବେଶ, ଉଦଘାଟନ ଭଳି ଶୁଭ କାମରେ ଧୂପକାଠି ଲାଗିଥାଏ। ପବିତ୍ର ନଦୀରେ ଦୀପଦାନ କରିବା ବେଳେ ବି ଧୂପକାଠି ଜଳା ଯାଇଥାଏ।

ତେବେ ଜାଣନ୍ତି କି ପୂଜା ସମୟରେ ଧୂପକାଠି କାହିଁକି ବ୍ୟବହାର କରାଯାଏ? ଏହା ପଛରେ ଗୋଟିଏ କାରଣ ହେଉଛି ଏଥିରୁ ସୁଗନ୍ଧିତ ବାସ୍ନା ଆସିଥାଏ। ପରିବେଶରୁ ନକାରତ୍ମକ ଶକ୍ତି ଦୂର କରି ସକାରତ୍ମକତା ଭରି ଦେଇଥାଏ। ଧୂପକାଠିର ବାସ୍ନା ମନକୁ ଶାନ୍ତି ଦେଇଥାଏ। ମନରେ ପବିତ୍ରତା ଆଣିଥାଏ। ଧୂପକାଠି‌ରେ ବିଭିନ୍ନ ପ୍ରକାର ଜଡି ବୁଟି ଓ ଫୁଲର ଅର୍କ ବ୍ୟବହାର ହୋଇଥାଏ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଧୂପକାଠି ଜଳାଇବା ଦ୍ବାରା ଭଗବାନ ପ୍ରସନ୍ନ ହୁଅନ୍ତ। ସମସ୍ତ ଦେବାଦେବୀଙ୍କର ଅଲଗା ଅଲଗା ବାସ୍ନାର ଧୂପକାଠି ପ୍ରିୟ। ଯେପରିକି ମା’ ଲକ୍ଷ୍ମୀଙ୍କୁ ଗୋଲାପର ବାସ୍ନା ଓ ମହାଦେବଙ୍କୁ କିଆଫୁଲର ବାସ୍ନାରେ ପ୍ରସ୍ତୁତ ଧୂପକାଠି ଖୁବ୍ ପ୍ରିୟ।

Leave a comment