ପି. ଚିଦାମ୍ବରମ୍‌ଙ୍କ ଘରେ ସିବିଆଇ

ପି. ଚିଦାମ୍ବରମ୍‌ଙ୍କ ଘରେ ସିବିଆଇ

0

ନୂଆଦିଲ୍ଲୀ: ବଢ଼ିଲା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଅଡ଼ୁଆ । ଆଜି ସକାଳୁ ସକାଳୁ କାର୍ତ୍ତି ଚିଦାମ୍ବରମଙ୍କ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ କରୁଛି ସିବିଆଇ। ଯାଞ୍ଚ ଏଜେନ୍ସିର ଏହି ରେଡ୍ କଂଗ୍ରେସ ନେତାଙ୍କ ଦିଲ୍ଲୀ ଏବଂ ଚେନ୍ନାଇ ସ୍ଥିତ ଘରେ କରାଯାଇଛି। ସିବିଆଇ ପକ୍ଷରୁ ୧୧ଟି ସ୍ଥାନରେ ସର୍ଚ୍ଚ ଜାରି ରହିଛି। ଆଜି ଭୋର୍ ୬ଟାରୁ ଏହି ରେଡ୍ କରାଯାଇଛି।

ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କ ପୁଅ କୀର୍ତ୍ତି ଚିଦାମ୍ବରମ୍ଙ୍କ ଘରେ ସିବିଆଇର ଟିମ୍ ଚଢ଼ଉ କରିଛି। କୁହାଯାଉଛି ଯେ ଏହି ଚଢ଼ଉ ଯାଞ୍ଚ ପାଇଁ କରାଯାଇଛି। ସିବିଆଇ ଟିମ୍ କୀର୍ତ୍ତିଙ୍କ ଘର ଓ ଅଫିସ୍ ବ୍ୟତୀତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚଢ଼ଉ କରିଛି। ସୂଚନା ମୁତାବକ, ଦିଲ୍ଲୀ, ମୁମ୍ବାଇ ଓ ତାମିଲନାଡ଼ୁରେ କୀର୍ତ୍ତିଙ୍କର କେତେକ ଘର ଓ ଅଫିସରେ ସିବିଆଇ ରେଡ୍ କରିଛି।

ଚାଇନିଜ ଭିସା ନେଇ ଚାଲିଛି ଚଢ଼ଉ। ୫୦ ଲକ୍ଷ ଟଙ୍କା କାରବାର ନେଇ ଏହି ଚଢ଼ଉ ହୋଇଥିବା ଜଣାଯାଇଛି। ଚୀନର କିଛି ନାଗରିକଙ୍କୁ ଭିସା ଯୋଗାଇବା ପାଇଁ ୫୦ ଲକ୍ଷ କାରବାର ହୋଇଥିବା ସୂଚନା ମିଳିଛି। ଏଥିରେ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ପୁଅ କୀର୍ତ୍ତି ଚିଦାମ୍ବରମ୍‌ଙ୍କ ସମ୍ପୃକ୍ତି ଥିବା ଜଣାଯାଇଛି।

ତେବେ ଏହି ଚଢ଼ଉ ନେଇ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ପୁଅ କୀର୍ତ୍ତି ଚିଦାମ୍ବରମ୍‌ ଟ୍ୱିଟ କରି କହିଛନ୍ତି – କେତେ ଥର ଏମିତି ଚଢ଼ଉ ହେଲାଣି ଆଉ ମନେ ନାହିଁ।

Leave a comment