ପିଆଜ ଦେବ କ୍ୟାନସରରୁ ମୁକ୍ତି!

0

ରୋଷେଇ ସମୟରେ ଆମେ ପିଆଜ ବ୍ୟବହାର କରିଥାଉ। ମୁଖ୍ୟତଃ ଏହାକୁ ଆମେ ମସଲା ଭାବେ ବ୍ୟବହାର କରିଥାଉ। ଏହାକୁ କଞ୍ଚା ମଧ୍ୟ ଖିଆଯାଏ। ପିଆଜ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଶରୀରକୁ ମଧ୍ୟ ଅନେକ ଫାଇଦା ଦେଇଥାଏ। ଏଥିରେ ଭିଟାମିନ୍‌ ସି, ଫାଇବର୍‌, କ୍ୟାଲ୍‌ସିୟମ୍‌, ଆଇରନ୍‌, ଆଣ୍ଟିଅକ୍ସିଡାଣ୍ଟ ଭଳି ବିଭିନ୍ନ ପ୍ରକାର ଭିଟାମିନ୍‌ ରହିଥାଏ।
ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କଲେଅନେକ ଫାଇଦା ମିଳିଥାଏ। ତା’ହାଲେ ଜାଣନ୍ତୁ ଏହା ଆମ ଶରୀରର କେଉଁ ସବୁ ସମସ୍ୟା ଦୂର କରିପାରେ।
କବ୍ଜ ସମସ୍ୟା ଦୂର କରେ…
ପିଆଜ ଆମ ପେଟ ପାଇଁ ବହୁତ ଭଲ ହୋଇଥାଏ। ଏହାକୁ କଞ୍ଚା ଖାଇବା ଦ୍ୱାରା କବ୍ଜ ସମସ୍ୟା ଦୂର ହୋଇଥାଏ। ଯଦି ଆପଣ ସବୁବେଳେ ଏହି ସମସ୍ୟା ସହ ଜଡ଼ିତ ତା’ହାଲେ ପ୍ରତିଦିନ କଞ୍ଚା ପିଆଜ ଖାଇବା ଅଭ୍ୟାସ କରନ୍ତୁ।
ଯଦି ଥଣ୍ଡାରୁ ଆପଣଙ୍କ ଗଳା ଖରାପ ହୋଇଯାଇଛି କି? ଆପଣ କଥା କହିଲା ବେଳେ କଷ୍ଟ ଅନୁଭବ କରୁଥାନ୍ତି ତା’ହାଲେ ତାଜା ପିଆଜର ରସ ପିଅନ୍ତୁ। ଏହା ଗଳା ଭଲ କରିବାରେ ସହାୟକ ହେବ। କଫ ହେଉଥିଲେ ମଧ୍ୟ ଆପଣ ପିଆଜ ବ୍ୟବହାର କରିପାରିବେ।
ରକ୍ତ ସ୍ରାବ ବନ୍ଦ କରେ…
ନାକରୁ ରକ୍ତ ବାହାରୁଥିଲେ ତାଜା ପିଆଜକୁ କାଟି ଚୋବାଇ ଖାଆନ୍ତୁ। ଏହା ନାକରୁ ରକ୍ତ ପଡ଼ିବା ବନ୍ଦ କରିଦେବ।
ଡାଇବେଟିସ୍‌ ସମସ୍ୟା ଦୂର କରେ…
ପିଆଜ ଶରୀରରେ ଇନ୍‌ସୁଲିନ୍‌ ତିଆରି କରିଥାଏ। ତେଣୁ ଡାଇବେଟିସ୍‌ ରୋଗୀ ଏହାକୁ ପ୍ରତିଦିନ ଖାଇ ଲାଭ ଉଠାଇ ପାରିବେ।
କଞ୍ଚା ପିଆଜ ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏଥିରେ ଏମିନୋ ଏସିଡ୍‌ ଥିବାରୁ ଏହା କୋଲେଷ୍ଟରଲ୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହାକୁ ପ୍ରତିଦିନ ଖାଇଲେ ହାର୍ଟ ସମ୍ବନ୍ଧୀୟ ରୋଗ ହେବା ଆଶଙ୍କା କମାଇଥାଏ।
ଏନିମିଆ ଠିକ୍‌ କରେ…
ଏନିମିଆ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଏହାକୁ ପ୍ରତିଦିନ ଖାଆନ୍ତୁ। ଏହା ଶରୀରରେ ରକ୍ତ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
କେଶ କଳା କରିଥାଏ…
ଆଜିକାଲି ସମସ୍ତଙ୍କର କେଶ ସମସ୍ୟା ରହିଛି। ଯଦି ଏଥିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ପିଆଜକୁ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କଲେ କେଶ ଉପୁଡ଼ିବା କମ୍‌ ହେବା ସହ କେଶ କଳା ହୋଇଥାଏ।
କ୍ୟାନ୍ସର ଆଶଙ୍କା କମାଇଥାଏ…
ପିଆଜ ରସ କ୍ୟାନସର କୋଷକୁ ନଷ୍ଟ କରିଥାଏ। କ୍ୟାନସର ରୋଗୀ ପିଆଜ ଖାଇବା ଆବଶ୍ୟକ। ଏହାକୁ ପ୍ରତିଦିନ ଖାଲେ କ୍ୟାନସର ଆଶଙ୍କା କମ୍‌ ହୋଇଥାଏ।
ତ୍ୱଚା ପାଇଁ ଉପକାରୀ…
ଏହା କେବଳ ଶରୀର ପାଇଁ ନୂହେଁ ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍-ସି ଏବଂ ଭିଟାମିନ୍‌-ଇ ରହିଛି। ଏହି ସବୁ ଭିଟାମିନ୍‌ ଆମ ତ୍ୱଚା ପାଇଁ ବହୁତ ଉପକାରୀ ହୋଇଥାଏ।
ସଙ୍କ୍ରମଣ ହେବାକୁ ଦିଏନାହିଁ…
ଯଦି ପରିସ୍ରା କଲା ବେଳେ ପୋଡ଼ିବା ସମସ୍ୟା ଦେଖାଯାଉଛି। ଏହା ସଂକ୍ରମଣ ଜନିତ ହୋଇଥାଇପାରେ। ତେଣୁ ଏହି ସମୟରେ ଆପଣ ପିଆଜ ପାଣି ପିଇଲେ ପୋଡ଼ାଜଳା ସମସ୍ୟାରୁ ଆରାମ ମିଳିଥାଏ।

Leave a comment