ପାଣିରେ ଜଳୁଛି ଦୀପ, କାରଣ ଖୋଜି ଖୋଜି ବୈଜ୍ଞାନିକ ହାଲିଆ

0

ଆମଦେଶରେ ରହିଥିବା ବିଭିନ୍ନ ଧାର୍ମିକ ପୀଠ ଗୁଡ଼ିକର କିଛିନା କିଛି ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ସେଗୁଡ଼ିକର ରହସ୍ୟ ଭେଦ କରିବା ଆଜି ଯାଏଁ ବୈଜ୍ଞାନିକମାନଙ୍କ ପକ୍ଷେ ସମ୍ଭବ ହୋଇ ନାହିଁ। ସେହିଭଳି ଏକ ଆଶ୍ଚର୍ଯ୍ୟ ହେଉଛି ଗଡିୟାଘାଟ ଦେବୀ ମାଙ୍କ ମନ୍ଦିର। କାଲିସିନ୍ଧ ନଦୀ କୂଳରେ ନିର୍ମିତ ଏହି ମନ୍ଦିରର ବଡ଼ ଅଶ୍ଚଯ୍ୟ ହେଉଛି ଏଠାରେ ଦୀପ ତେଲ ବଦଳରେ ପାଣିରେ ଜଳିଥାଏ।ଏବଂ ଏହି ଚମତ୍କାର ଦେଖିବାକୁ ଏଠାକୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଆସଥାନ୍ତି।

ଏହି ମନ୍ଦିରଟି ମଧ୍ୟପ୍ରଦେଶରେ ଅଗର-ମାଲୱା ନାଲକେଡା ଗ୍ରାମଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ କାଲିସିନ୍ଧ ନଦୀ କୂଳରେ ଥିବା ଗାଡିଆ ଗାଁରେ ଅବସ୍ଥିତ। ମନ୍ଦିର ପୂଜାରୀ କୁହନ୍ତି ଯେ, ଏଠାରେ ଆଗରୁ ଦୀପ ଜାଳିବା ପାଇଁ ତେଲର ବ୍ୟବହାର ହେଉଥିଲା କିନ୍ତୁ ପ୍ରାୟ ୧୦ ବର୍ଷ ପୂର୍ବେ ତାଙ୍କୁ ମା ସପ୍ନେଇ ପାଣିରେ ଦୀପ ଜଳିବାକୁ କହିଥିଲେ। ସ୍ବପ୍ନ ଦେଖିବା ପରଦିନ ପୁରୋହିତ ସକାଳୁ ଉଠି ଯେତେବେଳେ ସେ ନିକଟସ୍ଥ କାଲିସିନ୍ଧ ନଦୀରୁ ପାଣି ନେଇ ଦୀପରେ ଦେବା ସହ ସଳିତାରେ ନିଆଁ ସଂଯୋଗ କରିବା ମାତ୍ରେ ଦୀପଟି ଜଳି ଉଠିଥିଲା | ତେବେ ଏହି ଚମତ୍କାର ଦେଖି ପୁରୋହିତ ଭୟଭୀତ ହୋଇଯାଇଥିଲେ, ସେ ଏହି ବିଷୟରେ କିଛି ଗ୍ରାମବାସୀଙ୍କୁ ଜଣାଇଥିଲେ। ହେଲେ ତାଙ୍କ କଥାକୁ ପ୍ରଥମେ କେହି ବିଶ୍ୱାସ କରି ନଥିଲେ କିନ୍ତୁ ଯେତେବେଳେ ସେମାନେ ନିଜେ ଦୀପରେ ପାଣି ଢ଼ାଳି ଜଳାଇଥିଲେ, ସେତେବେଳେ ଘଟଣାର ସତ୍ୟତା ଉପରେ ବିଶ୍ବାସ କରିବା ସହ ଏହି ଚମତ୍କାରିତା ବିଷୟରେ ସବୁ ଆଡ଼େ ପରିବ୍ୟାପ୍ତ ହୋଇଥିଲା। ତେବେ ଏହି ନଦୀ ପାଣିରେ କଣ୍ ଅଛି ଯେଉଁଥି ପାଇଁ ଦୀପ ଜଳୁଛି ତାହାର ଉତ୍ତର ଏବେ ଯାଏଁ ବୈଜ୍ଞାନିକ ମାନେ ଜାଣି ପାରି ନାହାଁନ୍ତି।

Leave a comment