ପାଠ ପାଇଁ ପୁଅକୁ ଜୀବନରୁ ମାରିଦେଲା ମା’

0

ମୁଁ ପାଠ ପଢିବିନି, ମୁଁ ଖେଳିବି, ମୋତେ ସେ କ୍ୟାମେରା ଆଗରେ ବସି ପଢିବାକୁ ଭଲଲାଗୁନି, ମୋ ମୁଣ୍ଡ ବିନ୍ଧୁଛି, ମୋତେ ତମେ ବାଧ୍ୟ କରନି..’
କିଛି ଏମିତି ଥିଲା କୁନି ପିଲାର ନିବେଦନ, ପାଠ ପଢିବାକୁ ଇଚ୍ଛା ନାହିଁ ବୋଲି ମା’ ଆଗରେ ଜିଦ୍ ଧରି ବସୁଥିଲା। କୁନି ବୟସରେ ତାକୁ ଭାରୀ ପଡିଯାଉଥିଲା ପାଠପଢାର ବୋଝ। ଯେଉଁ ବୟସରେ ଖେଳକୂଦ ଓ ବାପା ମା’ଙ୍କ ସ୍ନେହ ଆଦରରେ ସମୟ କାଟିବା କଥା ସେହି ବୟସରେ ଏତେ ମାତ୍ରାରେ ପାଠ ପଢିବାର ବୋଝ ସମ୍ଭାଳିପାରୁନଥିଲା ୩ ବର୍ଷର ପିଲା। ହେଲେ ମା’ କେମିତି ବୁଝିପାରୁନଥିଲା ପିଲାର ଯନ୍ତ୍ରଣା। ଆଜିର ଘଟଣା ଶୁଣିଲେ ଆପଣ ଅବାକ୍ ହୋଇଯିବେ, ମହାରାଷ୍ଟ୍ରର ନାସିକରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି।
ସାଢ଼େ ତିନି ବର୍ଷର ଛୁଆକୁ ମାରି ମା’ ଆତ୍ମହତ୍ୟା କରିଛି। ମୃତ୍ୟୁ ପଛର କାରଣ ଜାଣିଲେ ଆପଣଙ୍କ ପାଦ ତଳୁ ବି ମାଟି ଖସିଯିବ। ୩ ବର୍ଷର ଶିଶୁକୁ ପାଠ ପଢିବାକୁ ମାନସିକ ନିର୍ଯାତନା ଦିଆଯାଉଥିଲା। ସ୍କୁଲର ପାଠପଢା ଓ ଘରେ ଅନଲାଇନ କ୍ଲାସ କରି କରି ଥକି ପଡିଥିଲା କୁନି ଜୀବନ। ୩ ବର୍ଷର ଶିଶୁଟିର ଆଉ ପାଠପଢିବାକୁ ଇଚ୍ଛା ନଥିଲା, ସେଥିପାଇଁ ସେ ମା’ ଆଗରେ ଜିଦ୍ କରିବସିଥିଲା। କୌଣସି କାରଣରୁ ରାଗି ଯାଇଥିଲେ ଶିଶୁର ମା’। ଆଉ କ୍ରୋଧିତ ହୋଇ ନିଜ ଛୁଆକୁ ତକିଆ ଚାପି ମାରିଦେଇଥିଲା ମା। ବୋଧହୁଏ ନିଜ ରାଗକୁ ଆୟତ୍ତ କରିନପାରି ଏତେବଡ କାଣ୍ଡ ଘଟାଇଥିଲା ସେହି ୩ବର୍ଷ ପିଲାର ମା’। ଯେତେବେଳେ ପିଲାର ପାଟିରୁ ରକ୍ତ ବାହାରି ତାର ନିଃଶ୍ୱାସ ବନ୍ଦ ହୋଇଗଲା ସେତେବେଳେ କେତେ ବଡ ଭୁଲ କରିଛି ବୋଲି ମା’ ଜାଣିପାରିଥିଲା।
ନିଜ ଭୁଲର ପ୍ରାୟଶ୍ଚିତ କରିବାକୁ ଯାଇ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲା। ଫାସୀରେ ଝୁଲି ମୃତ୍ୟୁବରଣ କରିଦେଲା ମା। ମୃତଦେହ ପାଖରେ ଏକ ସୁଇସାଇଡ ନୋଟ୍ ପୁଲିସକୁ ମିଳିଥିଲା। ଯେଉଁଥିରୁ ପୁରା ଘଟଣା ବିଷୟରେ ଜଣାପଡିଥିଲା।

Leave a comment

You cannot copy content of this page