ପାକିସ୍ତାନକୁ ଗୀତା ପଢ଼ାଇଲେ ଜୟଶଙ୍କର
ପାକିସ୍ତାନକୁ ଭାଗବତ ପଢ଼ାଇଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। କହିଛନ୍ତି, ନିଜ କର୍ମଫଳ ଭୋଗୁଛି ପାକିସ୍ତାନ। ନିଜେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିଲା। ଏବେ ନିଜ ସେଥିରେ ପୀଡ଼ିତ। ଜାତିସଂଘର ସାଧାରଣ ପରିଷଦ ବୈଠକରେ ଏହା କହିଛନ୍ତି ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନର ଜିଡିପି ଏବେ ସୀମାପାର ଆତଙ୍କବାଦ ଓ ମୌଳବାଦରେ ମପା ଯାଉଛି। ଏବେ ଆତଙ୍କବାଦରେ ନିଜେ ପୀଡ଼ିତ ପାକିସ୍ତାନ। ଆତଙ୍କବାଦୀଙ୍କୁ ସେ ପ୍ରୋତ୍ସାହନ ଦେଉଥିଲା। ଏବେ ନିଜ ଦେଶରେ ମାତିଛନ୍ତି ଆତଙ୍କବାଦୀ। ନିଜର କର୍ମଫଳ ଭୋଗୁଛି ସେହି ଦେଶ।
ଆତଙ୍କବାଦ ସାରା ବିଶ୍ବ ପାଇଁ ବିପଦ। ଏହାର ମୂଳପୋଛ ହେବା ଉଚିତ। କେତେକ ଦେଶ ଏହାକୁ ନିଜର ସ୍ଵାର୍ଥ ପାଇଁ ବ୍ୟବହାର କରୁଛନ୍ତି। ପାକିସ୍ତାନର ଏହି ନୀତି କେବେ ସଫଳ ହେବନି। ତାକୁ କଡ଼ା ଜବାବ ଦିଆଯିବ। ପିଓକେ କଥା ଉଠାଇ ଜୟଶଙ୍କର କହିଛନ୍ତି, ପାକିସ୍ତାନ ଭାରତର ବହୁ ଅଞ୍ଚଳକୁ ବେଆଇନ ଭାବେ ଅକ୍ତିଆର କରିଛି। ଜାତିସଂଘର ଜୟଶଙ୍କର ୟୁକ୍ରେନ ଓ ଗାଜା ଯୁଦ୍ଧ କଥା ମଧ୍ୟ ଉଠାଇଥିଲେ। ଦୀର୍ଘ ଦିନ ଧରି ହିଂସା ଚାଲିବା ଉଚିତ ନୁହେଁ। ଜାତିସଂଘ ଏହାର ସମାଧାନ କରିବା ଉଚିତ ବୋଲି ସେ କହିଛନ୍ତି।