ପଞ୍ଚୁକ ପାଞ୍ଚ ଦିନରେ ନିଶ୍ଚୟ କରନ୍ତୁ ଏହି ୫ ଟି କାମ, ସବୁ ମନୋସ୍କାମନା ହେବ ପୁରଣ…
ନମସ୍କାର ବନ୍ଧୁଗଣ କାର୍ତ୍ତିକ ମାସ କୃଷ୍ଣପକ୍ଷ ଏକାଦଶୀ ଠାରୁ ପୁରୁଷ, ସ୍ତ୍ରୀ, ଯୁବକ ଓ ଯୁବତୀ ସମସ୍ତେ ଦୃଢ଼ ବ୍ରତ ଭାବି ପ୍ରାତହ ସ୍ନାନ ସହ ୫ ଦିନ ଲାଗି ପଞ୍ଚୁକ ପାଳନ କରନ୍ତି। ପିତାମହ ଭୀଷ୍ମ ବାସୁଦେବ କୃଷ୍ଣଙ୍କ ଠାରୁ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷ ୫ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବାକୁ କହିଥିଲେ ସେହି ଅନୁସାରେ ବ୍ରତର ନାମକରଣ ଭୀଷ୍ମ ପଞ୍ଚକ ବୋଲି ହୋଇଛି ତେବେ ଦର୍ଶକ ବନ୍ଧୁ ଯଦି ଆପଣ ନିଜର ସମସ୍ତ ମନସ୍କାମନା ବା ଇଚ୍ଛା ପୁରା କରିବାକୁ ଚାହୁଁଥିଲେ ଏହି ପଞ୍ଚୁକ ୫ ଦିନରେ କରନ୍ତୁ କେବଳ ଏହି ୫ଟି କାମ ଘରେ କେବେ ଧନର ଅଭାବ ରହିବ ନାହିଁ ମା ଲକ୍ଷ୍ମୀଙ୍କ କୃପାରେ ଆପଣଙ୍କ ଘରେ ସର୍ବଦା ସୁଖ ସମୃଦ୍ଧି ବନି ରହିବ ଏବଂ ଦର୍ଶକ ବନ୍ଧୁ ଏହା ସହିତ ଆସନ୍ତୁ ଜାଣିବା ପଞ୍ଚୁକ ସମୟରେ କେଉଁ ୫ଟି କାମ ଆମକୁ ଭୁଲ୍ ରେ କରିବା ଉଚିତ୍ ନୁହେଁ ନହେଲେ ମା ଲକ୍ଷ୍ମୀଙ୍କ କ୍ରୋଧର ଶିକାର ହୋଇଯିବେ, ଘରେ ଅଭାବ ଲାଗି ରହିବ। ପ୍ରଥମ ଉପାୟ: ପ୍ରଥମ ଉପାୟ କାର୍ତ୍ତିକ ମାସ ପଞ୍ଚୁକରେ ପ୍ରଭୁ ରାଧାକୃଷ୍ଣଙ୍କର ପୂଜା ଅର୍ଚ୍ଚନା କରନ୍ତୁ ପୂଜା କରିବା ବେଳେ ରାଧା କୃଷ୍ଣଙ୍କୁ ତୁଳସୀ କାଠରେ ଚନ୍ଦନ ଘୋରି ଲଗାନ୍ତୁ ଏହା କରିବା ଦ୍ୱାରା ପ୍ରଭୁ ରାଧାକୃଷ୍ଣ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।
ଦ୍ୱିତୀୟ ଉପାୟ: ଦର୍ଶକ ବନ୍ଧୁ ମହାପଞ୍ଚୁକ ୫ଦିନ ଆପଣ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସକାଳୁ ଭୋରୁ ଭୋରୁ ଉଠି ନିଜର ଘର ସଫା କରି ନିଅନ୍ତୁ। ଏହାପରେ ଘର ବାହାର ଚାରିପଟେ ବଡି, ବଗିଚା, ମନ୍ଦିର ବା କିଛି ସ୍ଥାନ ଯାହା ଆପଣଙ୍କ ପାଖରେ ଥିବ ତାକୁ ଝାଡୁ ଦ୍ଵାରା ସଫା କରି ନେବେ। ସବୁଆଡେ ଝାଡୁରେ ଓହଳାଇ ସଫା ରଖିବା ଦ୍ଵାରା ଭଗଵାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଖୁସୀ ହୋଇ ତାଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପକାଇଥାନ୍ତି କାହିଁକିନା ମାତା ଲକ୍ଷ୍ମୀ ସବୁବେଳେ ପରିଷ୍କାର ଓ ସ୍ୱଚ୍ଛ ସ୍ଥାନରେ ରହିବାକୁ ଇଚ୍ଛା କରିଥାନ୍ତି।
ତୃତୀୟ ଉପାୟ: ଦର୍ଶକ ବନ୍ଧୁ ଆପଣ ଏହି ପଞ୍ଚୁକରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ପ୍ରାତଃ ସ୍ନାନ କରି ଚଉଁରା ପୂଜା ବା ତୁଳସୀ ପୂଜା କରନ୍ତୁ, ପୂଜା କରି ସାରିବା ପରେ ଆପଣ ଚଉଁରା ପାଖରେ ବା ରାଧାକୃଷ୍ଣଙ୍କ ପାଖରେ ମୁରୁଜରେ କିଛି ରଙ୍ଗୋଲୀ ବନାନ୍ତୁ ଏବଂ ସେହି ମୁରୁଜରେ ପଞ୍ଚୁକ ବୋଲି ମଧ୍ୟ ଲେଖନ୍ତୁ ଏବଂ ଏହାକୁ ପଞ୍ଚୁକ ୫ଦିନ ପ୍ରତିଦିନ ସକାଳେ ପୂଜା ସାରିବା ପରେ କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଆପଣଙ୍କର ସେହି ଦିନଟି ଅତ୍ୟନ୍ତ ଶୁଭରେ ଯାଇଥାଏ।
ଚତୁର୍ଥ ଉପାୟ: କାର୍ତ୍ତିକ ମାସ ପଞ୍ଚୁକ ୫ ଦିନରେ ଭଗଵାନ ଭଗଵାନ ଶ୍ରୀ ଜଗନ୍ନାଥଙ୍କ ପାଖରେ ନୀଳ ଅପରାଜିତା ଫୁଲ ନେଇ ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଶ୍ରୀ ଜଗନ୍ନାଥଙ୍କର ଆଶ୍ରିବାଦ ଆପଣକୁ ମିଳିଥାଏ କାହିଁକି ନା ନୀଳ ଅପରାଜିତା ଫୁଲ ପ୍ରଭୁ ଜଗନ୍ନାଥଙ୍କର ପ୍ରତୀକ ହୋଇଥାଏ ତେଣୁ ଏହାକୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଅର୍ପଣ କରିବା ଦ୍ୱାରା ଭଗଵାନ ଜଗନ୍ନାଥ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।
ପଞ୍ଚମ ଉପାୟ:ପଞ୍ଚୁକ ୫ ଦିନର ଶେଷ ଦିନ ଡ଼ଙ୍ଗା ଭସା ଦିନ ହୋଇଥାଏ ଏହି ଦିନ ଛୋଟରୁ ବଡ ଯାଏଁ ସମସ୍ତେ ଡ଼ଙ୍ଗା କିଣି ତାକୁ ପୂଜା କରି ନଈ କିମ୍ବା ପୋଖରୀରେ ଭସାଇଥାନ୍ତି। ଦର୍ଶକ ବନ୍ଧୁ ଆପଣ ଯଦି ଏହି ଦିନ କଦଳୀ ପଟୁଆରେ ଡଙ୍ଗା ତିଆରି କରି ଭାସାଇବେ ତେବେ ଆପଣଙ୍କର ସବୁ ଇଚ୍ଛା ସବୁ ମନସ୍କାମନା ବୋହୁତ ଜଲ୍ଦୀ ପୂରଣ ହୋଇଥାଏ କିନ୍ତୁ ଯଦି ଆପଣ ପେପର୍ ରେ ତିଆରି ଏବଂ ସୋଲରେ ତିଆରି ଡଙ୍ଗା କିଣି ଭସାଇବେ ତାହେଲେ ଧ୍ୟାନ ରଖିବେ କି ଆପଣ ଯେଉଁ ଦୀପ ଆଉ ମହମବତୀ ସେଥିରେ ଲଗାଇଥିବେ ଧ୍ୟାନ ରଖିବେ କି ତାହା କିଛି ବାଟ ଭାସିଯାଇ ତାହା ଯେମିତି ଜଳି ନଯାଏ। ଏହା ହେବା ଦ୍ଵାରା ଆପଣଙ୍କ ମନସ୍କାମନା ସେମିତି ଅଧୁରା ହୋଇ ରହିଯାଏ।
ଜାଣି ରଖନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଞ୍ଚୁକରେ ଖଟ ଉପରେ ବସି କୌଣସି ମନ୍ତ୍ର ଉଚ୍ଚାରଣ କରିବା ପାଇଁ ମନା କରାଯାଏ କାରଣ ଏହା ଶୁଭ ହୋଇନଥାଏ। ଏହି କାମ କରିବା ଦ୍ଵାରା କୌଣସି ସଙ୍କଟ ଆସିଥାଏ ତେଣୁ ଏହି ପଞ୍ଚୁକ ସମୟରେ ଖଟ ଉପରେ ବସି କୌଣସି ମନ୍ତ୍ର ଉଚ୍ଚାରଣ କରନ୍ତୁ ନାହିଁ।
ପଞ୍ଚୁକରେ ମଧ୍ୟ ଦକ୍ଷିଣ ଦିଗକୁ ଯାତ୍ରା କରିବା ଉଚିତ୍ ମାନାଯାଏ ନାହିଁ କାରଣ ଏହି ଦିଗରେ ଯମରାଜାଙ୍କର ବାସ ହୋଇଥାଏ ତେଣୁ ଏହି ୧୫ ନଭେମ୍ବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ କୌଣସି ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ।