ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ମୁହଁରେ ଓଲଟିଲା ଡଙ୍ଗା

0

ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ମୁହଁରେ ଓଲଟିଲା ଡଙ୍ଗା। ଡଙ୍ଗା ସହ ଦୁଇ ଉଦ୍ଧାର ଜଣେ ନିଖୋଜ। ନିଖୋଜ ହେଲେ ପାରାଦୀପ ଷଣ୍ଢକୁଦ ଅଞ୍ଚଳର ଗୋପାଲା ସିନୁ ବୟସ ୨୫ ବୋଲି ଜଣାପଡିଛି। ଆଜି ସକାଳୁ ପାରାଦୀପ ମାଛଧରା ବନ୍ଦରରୁ ମାଛଧରା ଡଙ୍ଗା ଟି ମାଛ ଧରିବା ପାଇଁ ସମୁଦ୍ର କୁ ଯାଇ ଦିନ ୧୨ଟା ସମୟରେ ଫେରୁଥିବା ସମୟରେ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ମୁହଁରେ ଡଙ୍ଗାଟି ପଲଟି ପଡିଥିଲା। ଫଳରେ ଡଙ୍ଗା ରଜ ଥିବା ତିନି ମତ୍ସ୍ୟଜୀବୀ ମାନଙ୍କ ମଧ୍ୟରୁ ଜଣେ ସମୁଦ୍ରରେ ନିଖୋଜ ହୋଇ ଯାଇଥିବା ବେଳେ ଅନ୍ୟ ଦୁଇ ମତ୍ସ୍ୟଜୀବୀ ଡଙ୍ଗାଟିକୁ ଧରି ପକାଇ ଥିଲେ। ଫଳରେ ସେହି ଡଙ୍ଗା ସାହାଯ୍ୟରେ ଦୁଇ ମତ୍ସ୍ୟଜୀବୀ କୂଳକୁ ଫେରି ଆସିଥିବା ବେଳେ ଜଣେ ନିଖୋଜ ହୋଇଥିବା ଜଣାପଡିଛି।

ତେବେ ନିଖୋଜ ସିନୁକୁ ପାରାଦୀପ ମେରାଇନ୍ ପୋଲିସ ସମେତ ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ତେବେ ସମୁଦ୍ର ମୁହାଣ ମୁହଁରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଅନେକ ଙ୍କ ଜୀବନ ଚାଲି ଯାଉଥିବା ବେଳେ ଆଜି ନିଖୋଜ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି। ତେବେ ମୁହାଣରେ ପଲଟି ପଡିଥିବା ଡଙ୍ଗାରେ ଥିବା ଜାଲ ସମେତ ମାଛ ଗୁଡିକ ଭାଷି ଯାଇଥିବା ବେଳେ ବାରମ୍ବାର ସମୁଦ୍ର ମୁହାଣ ମୁହଁରେ ହେଉଥିବା ଦୁର୍ଘଟଣା ଘଟୁଥିବା ରୁ ଏହି ମୁହାଣ ମୁହଁକୁ ଖୋଳିବା ପାଇଁ ଦାବୀ କରାଯାଉଛି।

Leave a comment
<p>You cannot copy content of this page</p>