ନିଳଚକ୍ରରେ ଶୂନ୍ୟଗଣ୍ଠି, ୧୪ହାତିଆ ପତିତପାବନ ବାନାରେ ୫କିଲୋର ଗଣ୍ଠି

ଶ୍ରୀମନ୍ଦିର ଚୁଡାରେ ବିରଳ ଦୃଶ୍ୟ। ଶୁନ୍ଯଗଣ୍ଠି ପଡିଲେ ଦୈବିଦୁର୍ବିପାକ ଦୁରିଭୁତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶୁନ୍ଯଗଣ୍ଠି ବାତ୍ଯା ବନ୍ୟା ଆଦି ଦୈବିଦୁର୍ବିପାକ ଆଦି ବିପଦର ସଂକେତ ଦେଇଥାଏ। ଏଥିପାଇଁ ବାତ୍ୟାର ଅବ୍ଯବହିତ ପୂର୍ବରୁ ନିଳଚକ୍ରରେ ବନ୍ଧାଯାଇଥାଏ ୧୪ହାତିଆ ଧଳା ବାନା। ନିଳଚକ୍ରରେ ଧଳାବାନା ବାନ୍ଧିଲେ ଧରାପୃଷ୍ଠରୁ ବିପଦ ଟଳିଯାଏ ବୋଲି ବିଶ୍ୱାସ ରହିଛି। ତେବେ ଆଜି ଯେଉଁ ଶୁନ୍ୟଗଣ୍ଠି ବା ବ୍ରହ୍ମଗଣ୍ଠି ପଡିଛି କୌଣସି ପତିତ ଅଥବା ଭକ୍ତଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଏହିଭଳି ଶୂନ୍ୟଗଣ୍ଠି ପକାଇଥାଇ ପାରନ୍ତି ବୋଲି ଗବେଷକ ମତ ଦେଉଛନ୍ତି।
ବିପଦ ଟଳିବା ପାଇଁ ସାଧାରଣ ମନୁଷ୍ୟ ପଇତାରେ ହେଉ କି କାନରେ ସୂତା ବାନ୍ଧି ଯେଭଳି ନିଜ ଆତ୍ମୀୟଙ୍କ ଲାଗି ମାନସିକ କରିଥାନ୍ତି ଠିକ୍ ସେହିଭଳି ମହାପ୍ରଭୁ ମଧ୍ୟ ନିଜ ଭକ୍ତଙ୍କ ପାଇଁ ଶୂନ୍ଯଗଣ୍ଠି ପକାଇ ଉଦ୍ଧାର କରିଥାନ୍ତି। ଶୂନ୍ୟ ଗଣ୍ଠି କୁ ନେଇ ଅନେକ ବିଶ୍ୱାସ ରହିଛି। ଶୂନ୍ୟଗଣ୍ଠିକୁ ନେଇ ଘରର ପ୍ରବେଶ ଦ୍ୱାର କିମ୍ବା ଡ୍ରଇଁ ରୁମ୍ରେ ରଖିବା ଦ୍ବାରା ଏଗୁଡ଼ିକୁ ଘରେ ରହିଲେ ପ୍ରାକୃତିକ ଦୁର୍ବିପାକ ତଥା ଗ୍ରହ ଆଦିରୁ ଆସୁଥିବା ବାଧାବିଘ୍ନରୁ ରକ୍ଷା ଦେଇଥାଏ। ଏହିଭଳି ବିଶ୍ୱାସ ରହିଛି ଶୂନ୍ୟ ଗଣ୍ଠି କୁ ନେଇ। ତେବେ ଏହି ଶୁନ୍ଯଗଣ୍ଠି ପଡିବା ଯୋଗୁଁ ବହୁ ବଡବଡ ବାତ୍ଯା ଟଳିଯାଇଛି ବୋଲି କେହିକେହି ମତ ଦିଅନ୍ତି।