ନିଜ ମଳ କାହିଁକି ନିଜେ ଖାଏ ଠେକୁଆ ଜାଣନ୍ତି କି?

0

ଆମ ଚାରିପାଖରେ ଥିବା ପ୍ରତ୍ୟେକ ଜୀବଙ୍କର ନିଜସ୍ୱ ଗୁଣ ରହିଛି। ଯେପରି ବାଦୁଡ଼ି ଗଛରେ ଓଲଟା ଓହଲେ, ପେଚା ରାତିରେ ବୁଲେ। ସେହିଭଳି ଠେକୁଆର ମଧ୍ୟ ଏକ ନିଜସ୍ୱ ଗୁଣ ରହିଛି। ଠେକୁଆ ପୃଥିବୀରେ ଦେଖା ଯାଉଥିବା ଏକ ସୁନ୍ଦର ଏବଂ ଆଦରକାରୀ ପ୍ରାଣୀ। ଏହି ଜୀବଟି ବିଭିନ୍ନ ସ୍ଥାନରେ ବିଭିନ୍ନ ରଙ୍ଗ ରୂପରେ ଦେଖାଯାଇଥାଏ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଠେକୁଆ ଉତ୍ତମ ସ୍ୱାସ୍ଥ୍ୟ ପାଇ ନିଜ ମଳ ନିଜେ ଖାଇଥାଏ। ଏହା ତାର ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ଠେକୁଆ ହେଉଛି ଏକ ଜୀବ, ଯାହାର ହଜମ ପ୍ରକ୍ରିୟା ଭଲ ଭାବରେ ବିକଶିତ ହୋଇନଥାଏ।ଏହି ଜୀବଟି ଜୀବନର ଅଧିକାଂଶ ସମୟ ଘାସ ଖାଇବାରେ ବିତାଇଥାଏ, ଯେଉଁଥିପାଇଁ ଠେକୁଆର ଶରୀରରୁ ଅନେକ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ବିନା ପାଚନ ହୋଇ ବାହାରିଯାଇଥାଏ । ଏପରି ପରିସ୍ଥିତିରେ, ଠେକୁଆମାନେ ପୁନର୍ବାର ତାହାଖାଇ ଅଧିକରୁ ଅଧିକ ପୋଷକ ତତ୍ତ୍ୱ ହଜମ କରନ୍ତି। ଠେକୁଆ ଅବସ୍ଥା ଅଧିକାଂଶ ପାକୁଳି କରୁଥିବା ପ୍ରାଣୀମାନଙ୍କ ସହିତ ସମାନ, ଯେପରିକି ଗାଈ ଏବଂ ବଳଦ। ଯେପରି ସେମାନେ ତାଙ୍କ ଖାଦ୍ୟକୁ ପାଟିକୁ ବାହାର କରି ପାକୁଳି କରି ହଜମ କରିଥାନ୍ତି ଠିକ୍ ସେହିପରି ଠେକୁଆ ନିଜ ମଳ ଖାଇଥାଏ।ଠେକୁଆର ମଳ ଦୁଇ ପ୍ରକାରର ହୋଇଥାଏ ପ୍ରଥମ ତରଳ ଏବଂ ଦ୍ୱିତୀୟ କଠିନ । ସେକୋଟ୍ରୋପ୍ କୁହାଯାଉଥିବା ତରଳ ମଇଳାରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ଠେକୁଆ ଏହାକୁ ଖାଏ ଏବଂ ପୋଷାକ ତତ୍ୱକୁ ହଜମ କରି ତା’ପରେ କଠିନ ମଳ ବାହାର କରେ। ସେକୋଟ୍ରୋପ୍, ଅର୍ଥାତ୍ ଠେକୁଆର ତରଳ ମଳ, କଠିନ ମଳ ତୁଳନାରେ ଦୁଇଗୁଣ ପୋଷକ ତତ୍ତ୍ୱ ଧାରଣ କରିଥାଏ। ଏଥିରେ ଭିଟାମିନ୍ କେ ଏବଂ ଭିଟାମିନ୍ B12 ଥାଏ। ଯଦି ଠେକୁଆ ସିକୋଟ୍ରୋପ୍ ଖାଏ ନାହିଁ, ତେବେ ଅଧିକାଂଶ ପୋଷକ ତତ୍ତ୍ୱ ସେମାନଙ୍କ ଶରୀରରୁ ଅକରଣରେ ବାହାରକୁ ଚାଲିଯିବ।

ବାସ୍ତବରେ, ଠେକୁଆ ହେଉଛି ତୃଣଭୋଜୀ ପ୍ରାଣୀ, ଯେ କେବଳ ପନିପରିବା କିମ୍ବା ଘାସ ଖାଇ ବଞ୍ଚିଥାଏ। ଏପରି ପରିସ୍ଥିତିରେ ଫାଇବର ସେମାନଙ୍କ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଠେକୁଆ ଏପରି ଏକ ଜୀବ, ଯାହାର ହଜମ ପ୍ରକ୍ରିୟା ରାତିରେ ବହୁତ ଶୀଘ୍ର କାମ କରେ ଏବଂ ଯାହାଦ୍ଵାରା ସେ ହଜମ ନକରି ଅନେକ ଖାଦ୍ୟ ସେପରି ମଇଳା ଭାବେ ବାହାର କରି ଦିଏ । ଏହି କାରଣରୁ, ସେକୋଟ୍ରୋପ୍ ଅର୍ଥାତ୍ ତରଳ ଝାଡାଗୁଡିକ କେବଳ ରାତିରେ ନିର୍ଗତ ହୁଏ ଏବଂ ସେହି ସମୟରେ ସେମାନେ ମଧ୍ୟ ଏହାକୁ ଖାଆନ୍ତି। ସେମାନେ ତରଳ ଝାଡ଼ାକୁ ସଂପୂର୍ଣ୍ଣ ହଜମ କରନ୍ତି ଏବଂ ଏହାକୁ କଠିନ ମଇଳା ଭାବେ ବାହାର କରନ୍ତି। ଠେକୁଆ କେବଳ ଏକଲା ପଶୁ ନୁହେଁ ଯିଏ ନିଜ ମଳ ନିଜେ ଖାଏ, ଏହିପରି ଆହୁରି ଅନେକ ଜୀବ ଅଛନ୍ତି ଯେଉଁମାନେ ନିଜ ମଳ ନିଜେ ଖାଆନ୍ତି। ଯେପରି ଛୋଟ ମୂଷା ଏବଂ ଗିନି ପିଗ ପରି ତୃଣଭୋଜି ପ୍ରାଣୀମାନଙ୍କର ଏହିପରି ପ୍ରବୃତ୍ତି ଦେଖାଯାଏ। ପୃଥିବୀରେ ଏପରି ଅନେକ ପ୍ରାଣୀ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ମଳ ମଧ୍ୟ ଖାଆନ୍ତି। ଏହିପରି ପଶୁମାନେ ପରିବେଶ ପାଇଁ ଅତ୍ୟନ୍ତ ଲାଭଦାୟକ।

Leave a comment