ନିଆଁ ଲାଗି ଯିବାରୁ ଜରୁରୀ ଅବତରଣ କଲା ବିମାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୁଏତ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆର ଏକ ବିମାନ ଶୁକ୍ରବାର କେରଳର କୋଝିକୋଡରେ ଜରୁରୀ ଅବତରଣ କରିଛି। ୧୭ ଯାତ୍ରୀ ଓ ୬ ବିମାନ କର୍ମଚାରୀଙ୍କୁ ନେଇ ବିମାନଟି କରିପୁରରୁ ଉଡାଣ ଆରମ୍ଭ କରିଥିଲା। ତେବେ ବିମାନର କାର୍ଗୋ ସେକ୍ସନରେ ନିଆଁ ଲାଗିବାର ସତର୍କଘଣ୍ଟି ବାଜିଥିଲା। ଫଳରେ ପାଇଲଟ ବିମାନଟିକୁ କୋଝିକୋଡରେ ଜରୁରୀ ଅବତରଣ କରାଇଥିଲେ।

Leave a comment