ନବରାତ୍ରି ସମାପନ ପୂର୍ବରୁ କରନ୍ତୁ ଏହି କାମ, ଘରେ ବଢ଼ିବ ମୁଖ-ସମୃଦ୍ଧି
ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ ଦୁର୍ଗା । ନବରାତ୍ରି ଅବସରରେ ମା’ଙ୍କର ଭିନ୍ନ ଭିନ୍ନ ରୂପକୁ ଘରେ ଘରେ ପୂଜା କରାଯାଉଛି । ବିଶ୍ୱାସ ଅଛି ଯେ, ଏହି ସମୟରେ ମା’ ଧରାପୃଷ୍ଠରେ ଅବତରଣ କରି ନିଜ ଭକ୍ତଙ୍କୁ କଲ୍ୟାଣ କରନ୍ତି । ଏଥିପାଇଁ ଲୋକମାନେ ମାତାଙ୍କର ବିଶେଷ କୃପା ଲାଭ କରିବା ପାଇଁ ବହୁ ଉପାୟ ଆପଣାନ୍ତି । ମାତ୍ର କିଛି ଲୋକ ମା’ଙ୍କର ପୂର୍ଣ୍ଣ ରୂପରେ ବିଧି ବିଧାନରେ ପୂଜା କରନ୍ତି ନାହିଁ । ଯେଉଁ କାରଣରୁ ମା’ଙ୍କର ଆଶିର୍ବାଦରୁ ବଂଚିତ ହୁଅନ୍ତି । ଯଦି ମା’ଙ୍କ ଆଶିଷ ଲାଭ କରିବାକୁ ଚାହୁଁଛନ୍ତି, ତେବେ ନବରାତ୍ରି ସମୟରେ କରନ୍ତୁ ଏହି କାମ, ମିଳିବ ମା’ଙ୍କର କୃପା । ଯାହା ଫଳରେ ଘରର ସୁଖ-ସମୃଦ୍ଧି ବୃଦ୍ଧି ପାଇବା ସହ ଘରୁ ନକରାତ୍ମକ ପ୍ରଭାବ ଦୂର ହେବ ।
ମା’ଙ୍କୁ ଅର୍ପଣ କରନ୍ତୁ ଓଢ଼ଣି:
ଅଷ୍ଟମୀ ଦିନ ମା’ଙ୍କୁ ଲାଲ ରଙ୍ଗର ଓଢଣି ଅର୍ପଣ କରନ୍ତୁ । ଓଢ଼ଣିରେ ମଖାନା, ଚିନିର ଧଳା ମିଠା କିମ୍ବା କଏନ ରଖି ମା’ଙ୍କ କୋଳରେ ଅର୍ପଣ କରନ୍ତୁ ।
ସୁନ୍ଦରକାଣ୍ଡ ପାଠ:
ନବରାତ୍ରିର ଶେଷ ଦିନ ସୁନ୍ଦରକାଣ୍ଡର ସବର ପାଠ କରନ୍ତୁ । ଘରେ ସକରାତ୍ମକ ପ୍ରଭାବ ବଢ଼ିବ ।
ତୁଳସୀଙ୍କୁ ପୂଜା:
ନବରାତ୍ରି ସମୟରେ ତୁଳସୀ ଚଉରା ମୂଳରେ ନଅଟି ଦୀପ ଲଗାଇ ପ୍ରଣାମ କରନ୍ତୁ । ଏହାସହ ଘରର ସୁଖ ସମୃଦ୍ଧି, ସୌଭାଗ୍ୟ ଏବଂ ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ ।
କନ୍ୟା ପୂଜା:
ଅଷ୍ଟମୀ ଦିନ କନ୍ୟା ପୂଜା କରନ୍ତୁ । ଯଦି ନଅଜଣ କନ୍ୟା ମିଳିବେ ତେବେ ପୂଜା କରନ୍ତୁ । ନଚେତ୍ ଜଣେ ଛୋଟ କନ୍ୟାଙ୍କୁ ଆଣି ପୂଜା ନିଶ୍ଚୟ କରନ୍ତୁ । କନ୍ୟାମାନଙ୍କୁ ପୂଜା କରିବା ସମୟରେ ତାଙ୍କ ଉପରେ ଲାଲରଙ୍ଗର ଓଢ଼ଣି ମୁଣ୍ଡରେ ଦେଇ ପୂଜା କରନ୍ତୁ । ଏହାସହ ବସ୍ତ୍ର, ଶୃଙ୍ଗାର ଏବଂ ଶିକ୍ଷା ସାମଗ୍ରୀ ଉପହାର ସଦୃଶ ନିଶ୍ଚୟ ଦେବେ । ଏହାସହ ତାଙ୍କୁ ଫୁଲ, ମିଠା ଏବଂ ଦକ୍ଷିଣା ଦେବାକୁ ଜମା ଭୁଲିବେ ନାହିଁ ।
ଉପହାରରେ ଦିଅନ୍ତୁ ଶୃଙ୍ଗାର:
ନବରାତ୍ରିର ଅନ୍ତିମ ଦିନରେ ଜଣେ ସଧବା ନାରୀକୁ ଶୃଙ୍ଗାରର ସାମଗ୍ରୀ ଉପହାର ସଦୃଶ ଦିଅନ୍ତୁ । ଆପଣ ମୁଦି, ପାଉଁଜି, ଅଳତା, ସିନ୍ଦୁର ଦେଇପାରିବେ ।ଏହି ଉପାୟ କରିବା ଦ୍ୱାରା ମା’ଙ୍କ ଆଶିର୍ବାଦ ମିଳିଥାଏ ।