ନଦୀରେ ଗାଧଉଥିବାବେଳେ ଭାସିଗଲେ ୩ ଛାତ୍ର

0

ନଦୀରେ ଗାଧଉଥିବାବେଳେ ଭାସିଗଲେ ୩ ଛାତ୍ର । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦୀ ରେ ୩ କଲେଜ ଛାତ୍ର ଗାଧୋଇବା ବେଳେ ନିଖୋଜ ହୋଇଥିବା ନେଇ ସୂଚନା ରହିଛି । ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଉଦ୍ଧାର ଛାତ୍ର ଜଣଙ୍କ ହେଲେ ବବୁଲ ବାରିକ ।

ତାଙ୍କୁ ବାଲିକୁଦା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଆଉ ଦୁଇ ଛାତ୍ର ଏବେ ବି ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave a comment

You cannot copy content of this page