ଧରାପଡ଼ିଲେ ରସିକିଆ ଟ୍ୟୁସନ୍ ମାଷ୍ଟର: ୨ଛାତ୍ରୀ ନେଇ ଫେରାର ଥିଲା

0

ଧରାପଡ଼ିଲେ ଫେରାର୍‌ ଟ୍ୟୁସନ ସାର । ଭୁବନେଶ୍ୱରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ମାଷ୍ଟର ନେଇ ଫେରାର ହୋଇଯାଇଥିଲେ। ସମ୍ବଲପୁର ଅଇଁଠାପାଲି ଅଂଚଳରୁ ଦୁଇ ଛାତ୍ରୀ ଉଦ୍ଧାର । ଉଦ୍ଧାର କଲା ବଡଗଡ଼ ଓ ଅଇଁଠାପାଲି ଥାନା ପୋଲିସ । ଦୁଇ ଛାତ୍ରୀଙ୍କ ବୟାନ ରେକର୍ଡ କରିବ ପୋଲିସ । ଘରକୁ ଯାଇ ପାଠ ପଢାଇବା ଆଳରେ ଗୋପାଳ କୃଷ୍ଣ ବାଡ଼ତିଆ ଅଷ୍ଟମ ଶ୍ରେଣୀ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଭଉଣୀଙ୍କୁ ଧରି କେଉଁଆଡ଼େ ଛୁ ମାରିଥିବା ନେଇ ଗତକାଲି ଖବର ପ୍ରାରଣ ହୋଇଥିଲା । ଗତ ରବିବାର ସନ୍ଧ୍ୟାରେ ଏଭଳି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତଦନ୍ତ ଜାରି ରଖିଥିଲା । ଟ୍ୟୁସନ ମାଷ୍ଟ୍ରଙ୍କ ପତ୍ନୀଙ୍କୁ ପଚରାଉଚରା କରାଯାଇଥିଲା। ସେପଟେ ହିଂଜିଳିକାଟୁ ସ୍ଥିତ ପୈତୃକ ଘରେ ମଧ୍ୟ ଛାପା ପଡିଥିଲା । ଆଜି ସମ୍ବଲପୁରରୁ ଟ୍ୟୁସନ ମାଷ୍ଟରଙ୍କୁ କାବୁ କରିଛି ପୋଲିସ ।

Leave a comment