ଧନଧାନ୍ୟ ପାଇଁ ଲବଙ୍ଗକୁ ଏହି ଗୋଟିଏ ଜିନିଷ ସହ ମିଶାଇ ରଖିଦିଅନ୍ତୁ.. ତାପରେ ଦେଖିବେ ଚମତ୍କାରିତା
ଅନେକ ସମୟରେ ଭଲ କାମ କରିଲେ ମଧ୍ୟ ଓଲଟା ଫଳ ମିଳିଥାଏ। ସବୁ ଚେଷ୍ଟା ପରେ ମଧ୍ୟ କୌଣସି କାର୍ଯ୍ୟରେ ସଫଳତା ନମିଳିବା କାରଣରୁ ମନରେ ବିରକ୍ତ ଭାବନା ସୃଷ୍ଟି ହୋଇଥାଏ।ସେହି ଭଳି ପରିବାରରେ ଅସନ୍ତୋଷ, ଅର୍ଥର ଅଭାବ ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରିଥାଏ। ତେବେ ଆମ ଜୀବନରେ ଘଟୁଥିବା କେତେକ ସମସ୍ୟା ପାଇଁ ବସ୍ତୁ ଦୋଷ ଦାୟୀ ରହିଥାଏ ବୋଲି ବିଶ୍ୱାସ କରାଯାଏ। ଯଦି ଆପଣ ବାସ୍ତୁ ଦୋଷ ପାଇଁ ଏକା ସମୟରେ ଏକାଧିକ ସମସ୍ୟା ସମ୍ମୁଖୀନ ହେଉଛନ୍ତି ତେବେ ଘରେ ଖାଦ୍ୟଭାବେ ବ୍ୟବହୃତ କରୁଥିବା ଲବଙ୍ଗ ସାହାଯ୍ୟରେ ଏଥିରୁ ମୁକୁଳି ପାରିବେ। ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ କିଛି…
-ଯଦି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ଚାହାଁନ୍ତି, ତେବେ ଗୋଟିଏ ଲେମ୍ବୁ ଉପରେ ୪ ଟି ଲବଙ୍ଗ ରଖନ୍ତୁ ଏବଂ ॐ ଶ୍ରୀ ହନୁମତେ ନମଃ ମନ୍ତ୍ର ୨୧ ଥର ଜପ କରନ୍ତୁ ଏବଂ ସେହି ଲେମ୍ବୁକୁଘରୁ ବାହାରିବା ସମୟରେ ନିଜ ସାଙ୍ଗରେ ନିଅନ୍ତୁ। ଯଦି ହନୁମାନଜୀ ଇଚ୍ଛା କରନ୍ତି, ତେବେ ତୁମର କାମ ସଫଳ ହେବ।
– ସକାଳେ ପୂଜା କରିବା ସମୟରେ ଦୀପରେ ୨ ଟି ଲବଙ୍ଗ ଲଗାଇ ଆରତୀ କରନ୍ତୁ କିମ୍ବା କର୍ପୁରରେ ଦୁଇଟି ଲବଙ୍ଗ ରଖି ଆରତୀ କରନ୍ତୁ। ଏଭଳି କରିବା ଦ୍ଵାରା ସମସ୍ତ କାର୍ଯ୍ୟ ସହଜରେ ହୋଇଥାଏ।
– ଯଦି ଆପଣଙ୍କ ଇଚ୍ଛା ବିରୁଦ୍ଧରେ କିଛି କାର୍ଯ୍ୟ କରିବାକୁ ପଡୁଛି ତେବେ ଆପଣ କର୍ପୁର ସହ ଗୋଟିଏ ଫୁଲ ଲବଙ୍ଗକୁ ଏକାଠି ଜାଳି ଦୁଇରୁ ତିନି ଦିନ ମଧ୍ୟରେ ଟିକେ ଟିକେ ଖାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଇଚ୍ଛା ବିରୁଦ୍ଧରେ ହେଉଥିବା କାର୍ଯ୍ୟ ବନ୍ଦ ହୋଇଯିବ।
– ଯଦି ଆପଣଙ୍କର କୌଣସି କାର୍ଯ୍ୟ ବହୁଦିନ ହେଲା ସ୍ଥଗିତ ରହିଛି, ସମ୍ପର୍ଣ୍ଣ ହୋଇ ପାରୁନି, ତେବେ ଗଣେଶ ଚତୁର୍ଥୀ ଦିନ ଦୋକାନରେ କିମ୍ବା ଘରେ ଗୋଟିଏ ଗଣେଶଙ୍କ ଫଟୋ ବା ମୂର୍ତ୍ତି ରଖନ୍ତୁ, ଯେଉଁଥିରେ ଗଣେଶଙ୍କ ଶୁଣ୍ଢ ଡାହାଣକୁ ବଙ୍କା ହୋଇଥିବ। ଏବଂ ସେହି ଫଟୋକୁ ନିୟମିତ ପୂଜା କରନ୍ତୁ। ପୂଜା ସମୟରେ ଲବଙ୍ଗ ଏବଂ ସୂପାରି ସେହି ଫଟୋ ଆଗରେ ରଖନ୍ତୁ। ଯେତେବେଳେ ଆପଣ କୌଣସି କାମରେ ଯାଉଛନ୍ତି ତେବେ, ସେଥିରୁ ଗୋଟିଏ ଲବଙ୍ଗ ଏବଂ ସୂପାରି ନେଇ ଯାଆନ୍ତୁ, କାର୍ଯ୍ୟ ସଫଳ ହେବ । ତେବେ ଉକ୍ତ ଲବଙ୍ଗକୁ ଚୋବାଇ ଖାଇବା ସହ ସୂପାରିକୁ ଫେରାଇ ଆଣି ଗଣେଶଙ୍କ ଆଗରେ ରଖନ୍ତୁ ଏବଂ ‘ଜୟ ଗଣେଶ କଟେ କଲେଶ’ କୁହନ୍ତୁ।
– ସୋରିଷ ତେଲ ଦୀପରେ ଏକ ଲବଙ୍ଗ ପକାଇ ହନୁମାନଜୀଙ୍କ ଆରତୀ କରନ୍ତୁ। ନକରାତ୍ମକ ପ୍ରଭାବ ଦୂର ହେବା ସହ ଧନ ପ୍ରାପ୍ତି ହେବ।
– ସେହିଭଳି ଶତ୍ରୁଙ୍କୁ ପରାସ୍ତ କରିବା ପାଇଁ ହନୁମାନଜୀଙ୍କୁ ଲଡୁ ଅର୍ପଣ କରିବା ସହ ହନୁମାନ ଚାଳିଶା ପଢନ୍ତୁ। ଏବଂ ପୂଜାସମୟରେ ଦେଶୀ କର୍ପୁର ସହିତ ପାଞ୍ଚଟି ଲବଙ୍ଗ ଜାଳି ଦିଅନ୍ତୁ। ତା’ପରେ ସେହି ପାଉଁଶକୁ ତିଲକ ଭାବେ ଲଗାଇ ବାହାରକୁ ଯାଆନ୍ତୁ। ଏହିଭଳି କରିବା ଦ୍ଵାରା ସମସ୍ତ ଶତ୍ରୁ ଅଚିରେ ପରାସ୍ତ ହୋଇଥାନ୍ତି ବୋଲି କୁହାଯାଏ।