ଦ୍ୱାର ମୁହଁରେ ପିଜା ଯୋଗାଇ ଦିଆଯାଉଛି, ରାସନ କାହିଁକି ନୁହେଁ: କେଜ୍ରିୱାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଫ୍ଲାଗ୍ସିପ୍ ଯୋଜନା ଦ୍ୱାରମୁହଁରେ ରାସନ ସାମଗ୍ରୀ ଯୋଗାଣ ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇବାରୁ ଏଥିନେଇ ବିବାଦ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ କେଜ୍ରିୱାଲ କହିଛନ୍ତି, ଦ୍ୱାରମୁହଁରେ ପିଜା ଯୋଗାଇ ଦିଆଯାଉଥିଲାବେଳେ ରାସନ ସାମଗ୍ରୀ କାହିଁକି ଯୋଗାଇ ଦିଆଯାଇପାରିବନାହିଁ? ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଏହି ପ୍ରଶ୍ନ କରିଛନ୍ତି। କେଜ୍ରିୱାଲ ରବିବାର ଏକ ୱେବ୍କାଷ୍ଟରେ ସମ୍ବୋଧନ କରି କହିଛନ୍ତି, ଦିଲ୍ଲୀ ସରକାର ଏ ସମ୍ପର୍କରେ ଥରେ ନୁହେଁ ଏକାଧିକ ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳିନାହିଁ। ଆମର ଲକ୍ଷ୍ୟ ହେଉଛି ମିଳିମିଶି କାର୍ଯ୍ୟ କରିବା ଓ ନିଜ ନିଜ ଭିତରେ ନଲଢ଼ି କୋଭିଡ୍ ବିରୋଧରେ ଲଢ଼େଇ କରିବା। ଏହି ଯୋଜନା ଆସନ୍ତା ସପ୍ତାହରେ ଦିଲ୍ଲୀରେ ଆରମ୍ଭ ହେବାକୁ ଥିଲାବେଳେ କେନ୍ଦ୍ର ସରକାର ଏହା ଉପରେ ରୋକ୍ ଲଗାଇଛନ୍ତି।

Leave a comment