ଦୁବାଇ ପାରା ବ୍ୟାଡମିଣ୍ଟନ: ପ୍ରମୋଦଙ୍କୁ ସ୍ବର୍ଣ୍ଣ

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପ୍ରମୋଦଙ୍କୁ ସଫଳତା ପରେ ସଫଳତା। ଦୁବାଇରେ ଚାଲିଥିବା ଚତୁର୍ଥ ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନରେ ଚମ୍ପିଆନ ହୋଇଛନ୍ତି ପ୍ରମୋଦ। ସ୍ବର୍ଣ୍ଣ ଜିତି ଗୌରବ ଆଣିଛନ୍ତି ଓଡିଶାର ଏହି ଷ୍ଟାର ଖେଳାଳି। ପୁରୁଷ ସିଙ୍ଗଲ୍ସ ଏସଏଲ-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜତିଛନ୍ତି ପ୍ରମୋଦ।

ଫାଇନାଲ ମୁକାବିଲାରେ ସେ ନିତେଶ କୁମାରଙ୍କୁ ପରାସ୍ତ କରିଥିଲେ। ୧୯-୨୧, ୨୧-୧୭, ୨୧-୧୭ ସେଟରେ ନିତୀଶଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି ପ୍ରମୋଦ । ମ୍ୟାଚ ଏକଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ପ୍ରଥମରୁ ପ୍ରଭାବୀ ପ୍ରଦର୍ଶନ କରି ମ୍ୟାଚ ନିଜ କବଜାକୁ ନେଇଥିଲେ ନିତେଶ। ହେଲେ ପ୍ରମୋଦ ଦମଦାର କମବ୍ୟାକ କରିଥିଲେ। ପରବର୍ତ୍ତୀ ଦୁଇଟି ଗେମକୁ ନିଜ କବଜାକୁ ନେଇଥିଲେ ପ୍ରମୋଦ। ସେପଟେ ମନୀଷା ରମଦାସ ସ୍ବର୍ଣ୍ଣ ହାତେଇଛନ୍ତି। ମହିଳା ଏସୟୁ ୫ କାଟାଗୋରୀ ଗେମରେ ଜାପାନର ଆକିକୋ ସୁଗିନୋଙ୍କୁ ହରାଇ ସ୍ବର୍ଣ୍ଣ ଜିତିଛନ୍ତି ମନୀଷା। ଏହାପରେ ମନଦୀପ କୌରଙ୍କ ସହ ଯୋଡି ବନାଇ ଥାଇଲାଣ୍ଡର ନିପାଡା ସିନସୁପା ଓ ଚାନିଦା ଶ୍ରୀନାବାକୁଲଙ୍କୁ ହରାଇ ଆଉ ଏକ ସ୍ବର୍ଣ୍ଣ ଜିତିଛନ୍ତି।

ପ୍ରକାଶ ଥାଉ କି, ନିକଟରେ ବାହାରିନର ମାନାମା ସହରରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନରେ ଦମଦାର ପ୍ରଦର୍ଶନ କରିଥିଲେ ପ୍ରମୋଦ। ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ପ୍ରମୋଦ ଭଗତ।

Leave a comment