ଦୁନିଆର ସବୁଠୁ ଅଶ୍ଳୀଳ ପାହାଡ଼, କେବଳ ନାଁ ଶୁଣିଲେ ଲାଜେଇ ଯିବେ

ଭାରତରେ ପାହାଡ଼ ହେଉ ବା ହ୍ରଦ ତାହା ପଛରେ ଲୁଚି ରହିଛି ତା’ର ଇତିହାସ । ହେଲେ ଏବେ ସୋସିଆଲ ମିଡିଆରେ ଏମିତି ଏକ ପାହାଡ଼ର ନାମ ଭାଇରାଲ ହେବାରେ ଲାଗିଛି ଯାହାର ନାମ ନେବା ପାଇଁ ଆପଣ ଶହେ ଥର ଚିନ୍ତା କରିବେ । ଏହି ପାହାଡ଼କୁ ଖୋଜି ବାହାର କରିଥିଲେ ଗୁଗଲ ମ୍ୟାପ୍ରେ ଜଣେ ୟୁଜର । ୟୁଜର ଜଣକ ଗୁଗଲ ମ୍ୟାପ ବ୍ୟବହାର କରୁଥିବା ବେଳେ ଏହି ପାହାଡ଼କୁ ଦେଖିଥିଲେ । ହେଲେ ୟୁଜର ଜଣକ ମ୍ୟାପରେ ପାହାଡ଼ର ନାମ ଦେଖି ଚମକି ପଡ଼ିଥିଲେ । ପାହାଡ଼ର ନାମ ବଡ଼ ଅଶ୍ଳୀଳ ଥିଲା । ୟୁଜର ଜଣକ ତୁରନ୍ତ ଏହାର ସ୍କ୍ରିନ ସର୍ଟ ସେୟାର କଲେ । ପାହାଡ଼ର ନାମ ଜଣେ ମହିଳାଙ୍କ ପ୍ରାଇଭେଟ ପାର୍ଟ ବା ଗୁପ୍ତାଙ୍ଗର ଏକ ଅଂଶ ଥିଲା । ଗୁଗଲ ମ୍ୟାପ୍ ରେ ଏହି ପାହାଡ଼ର ନାମ ଥିଲା କ୍ଲିଟୋରିସ ମାଉଣ୍ଟେନ (Mount Clitoris) । ଏହି ସ୍କ୍ରିନ ସର୍ଟ ଏବେ ଭାଇରାଲ ହୋଇଛି । ୟୁଜର ଯେଉଁ ପାହାଡ଼ର ନାମ ଶେୟାର କରଛନ୍ତି ତାହା ଫିଲିପିନ୍ସରେ ରହିଛି ।
ଫିଲିପିନ୍ସରେ ରହିଛି ଏହି ପାହାଡ଼ :
ୟୁଜର ଯେଉଁ ପାହାଡର ନାମ ସ୍କ୍ରିନ ସର୍ଟ ନେଇ ଟ୍ଵିଟରରେ ସେୟାର କରିଥିଲେ । ତାହା ଫିଲିପିନ୍ସରେ ରହିଛି । ମାଉଣ୍ଟ କ୍ଲଟୋରିସ ନାମକ ଏହି ପାହାଡ଼ ମହିଳାଙ୍କ ଗୁପ୍ତାଙ୍ଗ ର ଏକ ଅଂଶକୁ ନେଇ ନାମକରଣ ହୋଇଛି । ଏହି ଭାଇରାଲ ସ୍କ୍ରିନ ସର୍ଟ ଉପରେ ଲୋକେ ବିଭିନ୍ନ ପ୍ରକାର ମଜେଦାର ପ୍ରତିକ୍ରିୟା ଦେଇଛନ୍ତି ।
ପାହାଡ଼ର ନାମ ମାଉଣ୍ଟ କ୍ଲିଟୋରିସ :
ମାଉଣ୍ଟ କ୍ଲିଟୋରିସ ର ଚର୍ଚ୍ଚା ଏହାର ନାମକରଣକୁ ନେଇ ହୋଇଛି । କାରଣ ମହିଳାଙ୍କ ଶରୀରର ଏହି ଗୁପ୍ତାଙ୍ଗର ଉପର ଅଂଶକୁ କ୍ଲିଟୋରିସ କୁହାଯାଇଥାଏ । ଯାହାକି ଅତି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ହେଲେ ଏହାକୁ ସମସ୍ତେ ଖୋଜି ପାଇବା ସମ୍ଭବ ହୋଇ ନଥାଏ । ଏହାକୁ ଅଧିକାଂଶ ଲୋକେ – ନାମରେ ମଧ୍ୟ ଜାଣିଥାନ୍ତି । ମାଉଣ୍ଟ କ୍ଲିଟୋରିସ ଫିଲିପିନ୍ସର ତାଡିୟନରେ ରହିଛି । ଟ୍ରେବଲ ମାଇଁ ଗ୍ଲୋବରର ଖବର ଅନୁସାରେ ଆଖପାଖର ଲୋକଙ୍କ ନିକଟରେ ଏହା ଟ୍ରାକିଂ ପାଇଁ ପ୍ରସିଦ୍ଧ ଅଟେ । ଏହାକୁ ମାଉଣ୍ଟ ମଗାଓ ବି କୁହାଯାଇଥାଏ ।