ଦୀପାବଳି ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ ଏହି ଜିନିଷ, ଘରେ ହେବ ଧନର ବର୍ଷା

0

ବନ୍ଧୁଗଣ, ଘରେ କଣ ରଖିବା ଦରକାର କଣ ନାହିଁ ଏହା ଜାଣିବା ଆପଣଙ୍କ ପାଇଁ ଆବଶ୍ୟକ ଅଟେ । କେତେକ ସମୟରେ ଏକ ଛୋଟ ଭୁଲ ପାଇଁ ବ୍ୟକ୍ତି ର ଭାଗ୍ୟ ଖରାପ ହୋଇଯାଏ । ଆଉ ସେହି ବ୍ୟକ୍ତି ର ଜୀବନରେ ଅନେକ ପ୍ରକାରର ସମସ୍ୟା ର ସାମ୍ନା କରିବାକୁ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ କିଛି ଜିନିଷ କୁ ଘରୁ ଏବଂ ଦୋକାନ ଘରୁ ବାହାର କରିଦେବେ ତ ମନୁଷ୍ୟ ର ଦୁର୍ଭାଗ୍ୟ ସମାପ୍ତ ହୋଇଯିବ । ଏହା ସହିତ ମାତା ଲକ୍ଷ୍ମୀ ସବୁଦିନ ନିମନ୍ତେ ଆପଣଙ୍କ ଘରେ ନିବେଶ କରିବେ । ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ଅଟେ ?

୧- ଦେବୀ ଦେବତାଙ୍କ ଚିରା ଫଟୋ ଅଥବା ଅଧଭଙ୍ଗା ମୂର୍ତ୍ତି ଘରେ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କ ଧନ ନଷ୍ଟ ହୋଇଥାଏ । ଏହିଭଳି ଫଟୋ ଅଥବା ମୂର୍ତ୍ତି କୁ ଜଳାଶୟ ରେ ପ୍ରବାହିତ କରି ଦିଅନ୍ତୁ ।

୨- ପୁରୁଣା ଏବଂ ଚିରା କପଡା ପ୍ରାଏ ଲୋକ ମାନଙ୍କ ଘରେ ଅଧିକାଂଶ ଦେଖିବାକୁ ମିଳିଥାଏ । ଏହିସବୁ ଜିନିଷ ଘରକୁ ଅଶୁଭ ଶକ୍ତି ଆଣିଥାଏ । ଏହିଭଳି ବସ୍ତ୍ର କୁ ଅନ୍ୟ ପୋଛା ପୋଛି କାର୍ଯ୍ୟ ରେ ବ୍ୟବହାର କରିନେବା ଆବଶ୍ୟକ ।

 

୩- ଘରର ଛାତ ରେ ପଡିଥିବା ମଇଳା ଦ୍ଵାରା ଆପଣଙ୍କ ଘରେ ଅଭାବ ଦେଖାଯାଇଥାଏ । ଏହାଦ୍ଵାରା ପରିବାର ସଫଳତା ଉପରେ ଖରାପ ପ୍ରଭାବ ଦେଖାଯାଇଥାଏ । ଆପଣ ମାନେ ଘରର ଛାତ ଉପରେ ଅଦରକାରୀ ଜିନିଷ ରଖନ୍ତୁ ନାହିଁ । ଏହାଦ୍ଵାରା ଦାରିଦ୍ରତା ବୃଦ୍ଧି ପାଇଥାଏ ।

୪- କେତେକ ଲୋକେ ନିଜ ଘରେ ତାବିଜ ତଥା ରତ୍ନ ପଥର ରଖିଥାନ୍ତି । କେତେକ ପଥର ଭଲ ଫଳ ଦେଇଥାଏ ତ ଆଉ କେତେକ ଖରାପ ଫଳ ଦେଇଥାଏ । ଆପଣ କିଛି ନ ଜାଣି ଘରେ ଏହିଭଳି ବସ୍ତୁ ରଖନ୍ତୁ ନାହିଁ ।

୫- ଆପଣଙ୍କ ପର୍ସ ଛିଣ୍ଡା ନ ହୋଇଥିବା ଦରକାର ଯେଉଁଠାରେ ଆପଣ ଧନ ରଖୁଛନ୍ତି, ସେଠାରେ ଧାର୍ମିକ ବହି ରଖିବା ନିହାତି ଆବଶ୍ୟକ । ଏହାଦ୍ଵାରା ଆପଣଙ୍କର ଧନ ବଢିବ । ଆପଣଙ୍କ ପର୍ସ ରେ ମାତା ଲକ୍ଷ୍ମୀ ତଥା କୁବେର ଦେବ ଙ୍କ ଫଟୋ ରଖିବା ନିଶ୍ଚିନ୍ତ ଆବଶ୍ୟକ ।

 

୬- ଆପଣ କିଛି ଭଙ୍ଗା ଭାଙ୍ଗି ସାମଗ୍ରୀ କୁ ଘରେ ଆଦୌ ରଖନ୍ତୁ ନାହିଁ । ଏହାଦ୍ଵାରା ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଏହା ସହିତ ଦୀପାବଳୀ ରେ ମାତା ଲକ୍ଷ୍ମୀ ଙ୍କ ଆଗମନ ମଧ୍ୟ ହୋଇପାରିବ ନାହିଁ ।

Leave a comment