ଦିପାବଳୀର ରହସ୍ୟ; ଏହିଦିନ ମା’ ଲକ୍ଷ୍ମୀଙ୍କୁ ନୁହେଁ ମା’ କାଳୀଙ୍କୁ କରାଯାଏ ପୂଜା

0

ଭାରତର ଅଧିକାଂଶ ରାଜ୍ୟରେ ଦିପାବଳୀ ଅମାବାସ୍ୟା ଦିନ ଦେବୀ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରାଯାଏ । ମାତ୍ର ପଶ୍ଚିମବଙ୍ଗଳ ଓଡ଼ିଶା ଏବଂ ଆସାମରେ ଏହି ଅବସରରେ ମା’ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ପୂଜା ମଧ୍ୟରାତ୍ରୀରେ କରାଯାଇଥାଏ । ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଦଶହରାର ୬ଦିନ ପରେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ମାତ୍ର ଦିପାବଳୀ ଦିନ ମା’ କାଳୀଙ୍କୁ ପୂଜା କରାଯାଇଥାଏ ।

କାହିଁକି ହୁଏ କାଳୀ ପୂଜା?
ରାକ୍ଷାସଙ୍କ ବଧ କରିବା ପରେ ଯେତେବେେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇନଥିଲା, ସେତେବେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଭଗବାନ ଶିବ ସ୍ୱୟଂ ତାଙ୍କ ଚରଣରେ ପଡିଯାଇଥିଲେ । ଭଗବାନ ଶିବଙ୍କ ଶରୀର ସ୍ପର୍ଶ ପାଇବା କ୍ଷଣି ମା’ କାଳୀଙ୍କ କ୍ରୋଧ ସମାପ୍ତ ହୋଇଥିଲା । ଏହାକୁ ମନେ ପକାଇବା ପାଇଁ ସେହି ଦିନ କିଛି ଲୋକ ମା’ଙ୍କ ଶାନ୍ତ ରୂପ ଲକ୍ଷ୍ମୀଙ୍କୁ ପୂଜା କରିଥିବାବେଳେ ଆଉ କିଛି ରାଜ୍ୟରେ ମଧ୍ୟରାତିରେ ତାଙ୍କର ରୌଦ୍ରରୂପକୁ କାଳୀପୂଜା ଭାବେ ପାଳନ କରାଯାଉଛି ।

କାଳୀ ପୂଜାର ମହତ୍ୱ:
ଦୁଷ୍ଟ ଏବଂ ପାପୀଙ୍କ ସଂହାର କରିବା ପାଇଁ ମା’ ଦୁର୍ଗା ମହାକାଳୀ ରୂପ ଧାରଣ କରିଥିଲେ । ବିଶ୍ୱାସ ଅଛି ଯେ, ମା’ କାଳୀଙ୍କୁ ପୂଜା କରିବା ଦ୍ୱାରା ଜୀବନର ସମସ୍ତ ଦୁଃଖ କଷ୍ଟ ଲାଘବ ହୋଇଥାଏ । ଶତ୍ରୁମାନଙ୍କର ନାଶ ହୋଇଥାଏ । ଆହୁରି ମଧ୍ୟ ବିଶ୍ୱାସ ରହିଛି, ମା’ କାଳୀଙ୍କୁ ପୂଜା କରିବା ଦ୍ୱାରା ଯାତକରେ ଥିବା ରାହୁ ଏବଂ କେତୁ ଶାନ୍ତ ପଡିଥାନ୍ତି । ଅଧିକାଂଶ ସ୍ଥାନରେ ତନ୍ତ୍ର ସାଧନା ପାଇଁ ମା’ କାଳୀଙ୍କୁ ଉପାସନା କରାଯାଇଥାଏ ।

କିଭଳି ହୁଏ ମା’ କାଳୀଙ୍କ ପୂଜା?
ଦୁଇ ପ୍ରକାରର ମା’ କାଳୀଙ୍କୁ ପୂଜା କରାଯାଇଥାଏ । ଗୋଟିଏ ହେଉଛି ସାମାନ୍ୟ ଏବଂ ଅନ୍ୟଟି ହେଉଛି ତନ୍ତ୍ର ପୂଜା ।  ସାମାନ୍ୟ ପୂଜା ଯେକୌଣସି ଲୋକ କରିପାରିବେ । ମା’ କାଳୀଙ୍କ ସାମାନ୍ୟ ପୂଜାରେ ବିଶେଷ ରୂପରେ ୧୦୮ ଟି ମନ୍ଦାର ଫୁଲ, ୧୦୮ଟି ବେଲପତ୍ର କିମ୍ବା ତା’ର ମାଳ, ୧୦୮ଟି ମାଟି ଦୀପ, ୧୦୮ଟି ଦୁର୍ଗା ମୂର୍ତ୍ତି ଚଢ଼ାଇବାର ପରମ୍ପରା ରହିଛି । ଏହାସହିତ ମୌସୁମୀ ଫଳ, ମିଠା, ଖିଚିଡୀ, କ୍ଷୀର ସହିତ କିଛି ଭୋଜନ ମା’ଙ୍କୁ ଭୋଗ ଚଢ଼ାଯାଏ । ଏହି ପୂଜା କଲେ ସକାଳୁ ଉପବାସ ରହି ରାତ୍ରିରେ ଭୋଗ, ଯଜ୍ଞ ଏବଂ ପୁଷ୍ପାଞ୍ଜଳି ଦେବା ପରେ ମା’ଙ୍କ ଆରଧନା ସମାପନ ହୋଇଥାଏ ।

Leave a comment