ତାଲା ଆପଣଙ୍କୁ କରିପାରେ କାଙ୍ଗାଳ ନଚେତ୍ କୋଟିପତି, ଜାଣି ରଖନ୍ତୁ ସମସ୍ତ ଉପାୟ

0

ନିଜର ଅର୍ଜିତ ଧନକୁ ସୁରକ୍ଷିତ କରିବା ପାଇଁ ଲୋକମାନେ ସେମାନଙ୍କ ଘରର ଫାଟକ, ଟ୍ରେଜେରି, ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ତାଲା ପକ୍ରିଥନ୍ତି। ତେବେ ଅନେକ ସମୟରେ ଘରେ ବର୍ବାଦି ଭୁଲ ସ୍ଥାନରେ ତାଲା ଚାବି ପକେଇବ କାରଣରୁ ଆସିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଏ। ତେବେ ନିଜ ଘରର ସମସ୍ୟା ପାଇଁ ଭାଗ୍ୟକୁ ଦୋଷ ନଦେଇ । ଏହି କିଛିଟା ଦିଗ ପ୍ରତି ଧ୍ୟାନ ଦେଲେ ସୁଫଳ ପାଇବେ…

-ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗକୁ ସୂର୍ଯ୍ୟଙ୍କର ସ୍ଥାନ ବୋଲି କୁହାଯାଇଛି ଏବଂ ଏହି ଦିଗରେ ତମ୍ବା ତାଲା ବ୍ୟବହାର କରିବା ଉଚିତ୍। ଏହା ଦ୍ବାରା ଚୋରିର ଭୟ କମ୍ ରହିଥାଏ ଏବଂ ଘରର ସୁରକ୍ଷା ବଢ଼ିଯାଇଥାଏ।ଏହାସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ମିଳିବ।

– ସେହିଭଳି ପଶ୍ଚିମ ଦିଗକୁ ଶନିଙ୍କର ସ୍ଥାନ ବୋଲି କୁହାଯାଇଛି। ଏଠାରେ ଲୁହାରେ ତିଆରି କଳା ରଙ୍ଗର ତାଲା ବ୍ୟବହାର କରନ୍ତୁ। ଏହା ଦ୍ବାରା ଆପଣଙ୍କ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବ ଏବଂ ଘରର ସୁରକ୍ଷା ବଢ଼ିବ। କେବଳ ଏତିକି ନୁହେଁ ଏହା ସହିତ ଏହି ଦିଗରେ ଭୁଲରେ ବି ତମ୍ବା ତାଲା ଲଗାନ୍ତୁ ନାହିଁ ନଚେତ୍ ଆପଣଙ୍କ ଘରର ସୁରକ୍ଷା ପ୍ରତି ବିପଦ ବଢିପାରେ।

– ଉତ୍ତର ଦିଗରେ ପିତ୍ତଳ ତାଲା ଲଗାଇଲେ ସୁରକ୍ଷା ଭଲ ହୋଇଥାଏ କିନ୍ତୁ ଧ୍ୟାନ ରଖନ୍ତୁ ଯେ ଏହାର ରଙ୍ଗ ହାଲୁକା ସୁନେଲି ରଙ୍ଗ ହେବା ଆବଶ୍ୟକ। ଦୋକାନ କିମ୍ବା ଅଫିସରେ ପଞ୍ଚ ଧାତୁର ଭାରି ତାଲା ଲଗାନ୍ତୁ। ତାଲା ଭାରି ହେବା ଦ୍ବାରା ଘରର ସୁରକ୍ଷା ବଢ଼ିଥାଏ। ଯଦି ପଞ୍ଚ ଧାତୁର ତାଲା ମିଳିବ ନାହିଁ ତେବେ ତାଲାରେ ଲାଲ କିମ୍ବା ଚେରି ରଙ୍ଗ ଲଗାଇଲେ ଚାଲିବ।

– ସେହିଭଳି ଯଦି ଆପଣଙ୍କ ଜୀବନରେ ସମସ୍ୟା ଦେଖା ଦେଇଛି, ଚାକିରି ହେଉନି, ବ୍ୟବସାୟରେ କ୍ଷତି ହେଉଛି ତେବେ ଶୁକ୍ରବାର ଦିନ ବଜାରରୁ ଗୋଟିଏ ଲୁହା କିମ୍ବା ଷ୍ଟିଲ ତାଲା କିଣି ଅଣନ୍ତୁ। ତାଲା କିଣିବା ବେଳେ ଲକ୍ଷ୍ୟ କରିବେ ଯେପରି ତାହା ବନ୍ଦ ରହିଛି, ତାହାକୁ ଦୋକାନୀ କି ଆପଣ ମଧ୍ୟ ଖୋଲିବେ ନାହିଁ। ଏହାପରେ ସେହି ବନ୍ଦ ତାଲାକୁ ଘରକୁ ଆଣି କାହାକୁ ନଜଣେଇ ଗୋଟିଏ ଡବାରେ ରଖିଦିଆନ୍ତୁ, ଏବଂ ସେହି ବନ୍ଦ ଡବାଟିକୁ ନିଜ ଶୋଇବା ସେଜ ପାଖରେ ମୁଣ୍ଡ ଉପରେ ରଖି ଶୋଇଯାନ୍ତୁ। ପରଦିନ ସକାଳେ ଅର୍ଥାତ୍ ଶନିବାର ଦିନ ଗାଧୋଇ ସାରି ସେହି ଡବାଟିକୁ ନେଇ କୌଣସି ଦେବାଳୟ ପାଖକୁ ଯାଇ ସେଥିରୁ ତାଲାଟି ବାହାର କରି ସେଠି ରଖି ଈଶ୍ୱରଙ୍କୁ ପ୍ରାର୍ଥନା କରି ଚାଲି ଆସନ୍ତୁ। ଏଭଳି କରିବା ଦ୍ଵାରା କିଛି ଦିନ ଭିତରେ ଶୁଭ ଫଳ ମିଳିଥାଏ ବୋଲି କୁହାଯାଏ।

Leave a comment